Latest Odisha News

BREAKING NEWS

କାଳୀପୂଜା ଭସାଣକୁ ନେଇ ଥାନା ପକ୍ଷରୁ ପ୍ରସ୍ତୁତି ବୈଠକ

ଯାଜପୁର: ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣ ପୂଜା ଭସାଣକୁ ନେଇ ଯାଜପୁର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଗୋପିନାଥ କଅଁର ଯୋଗ ଦେଇଥିଲେ। ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ଏବଂ  ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଶାସନ ନିଷ୍ପତ୍ତି ଅନୁସାରେ ନଭେମ୍ବର ୪ ଓ ୫ ତାରିଖରେ  ଦୁଇଦିନ ଧରି ଯାଜପୁରରେ ଭଷାଣ ଉତ୍ସବ ଅନୁଷ୍ଠିତ ହେବ ।

କେଉଁ ମଣ୍ଡପର ଶୋଭାଯାତ୍ରା କେଉଁ ସମୟରେ ବାହାରିବ ସେ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସହରର ଦେବୀଗଡ଼ା ଘାଟରେ ବୈତରଣୀ ନଦୀକୂଳରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ପୁଷ୍କରିଣୀରେ ମୃଣ୍ମୟ ମୂର୍ତ୍ତିକୁ ବିସର୍ଜନ କରାଯିବ । ସମୟ ଉପରେ ଗୁରୁତ୍ୱ ଦେବା ସହ ଭସାଣ ସମୟରେ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ  ପୂଜା ମଣ୍ଡପର କର୍ମକର୍ତ୍ତା ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯିବା ସହ ଶାନ୍ତି କମିଟିର ପରାମର୍ଶକୁ ଗ୍ରହଣ କରିବା ନିମନ୍ତେ ବୈଠକରେ ଆହ୍ୱାନ ଦିଆଯାଇଥିଲା ।

Leave A Reply

Your email address will not be published.