Latest Odisha News

BREAKING NEWS

ଭାଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ‘ଆଶିକ୍ ସରେଣ୍ଡର ହେଲା’

ଫେବୃଆରୀ ୯ ରେ ରିଲିଜ୍ ହେବ ସିନେମା

ଭୁବନେଶ୍ବର : ବିଶ୍ୱାସ ପ୍ରଡକସନ୍ସ ପ୍ରଯୋଜିତ ଓଡ଼ିଆ ଫିଲ୍ମ ଆଶିକ୍ ସରେଣ୍ଡର ଭଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ବୋଲି ପ୍ରେସ୍ କ୍ଲବରେ ଟ୍ରେଲର ରିଲିଜ ଉତ୍ସବରେ ଫିଲ୍ମର ନିର୍ମାତା ରାଜା ପ୍ରକାଶ କରିଛନ୍ତି ।

ସିନେମାର କାହାଣୀ ସମ୍ପୂର୍ଣ୍ଣ ରୋମାଣ୍ଟିକ ହୋଇଥିବା ବେଳେ ପ୍ରେମ୍ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସିନେମାର ସମସ୍ତ ଗୀତ ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି । ଗୀତଗୁଡିକରେ କଣ୍ଠଦାନ କରିଛନ୍ତି ଅନନ୍ୟା, ହ୍ୟୁମାନ ସାଗର, ଦିପ୍ତିରେଖା, ସବିଶେଷ, ଆଶୁତୋଷ, ସତ୍ୟଜିତ।

ମାନସ ପଢ଼ିଆରୀ ଏହି ଚଳଚ୍ଚିତ୍ରର ସଂଳାପ ରଚନା କରିଥିବା ବେଳେ ଗୀତ ରଚନାର ଭାର ସମ୍ଭାଳିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ।

ସିନେମାରେ ଷ୍ଟାରକାଷ୍ଟରେ ରହିଛନ୍ତି ସମ୍ଭବ ମାନସିଂହ, ଜୟା ବିଶ୍ଵାସ, ପିୟାଲୀ, ମନୋଜ ମିଶ୍ର, ମିହିର ଦାସ, ବଣ୍ଟି ଅନୁଗୁଳିଆ, ଅଶୋକ ଦାସ, ପ୍ରତିଭା ପଣ୍ଡା, ମଞ୍ଜୁଲତା, ପ୍ରଣବ, ଦେବ। ମାନସ ପଢ଼ିଆରୀ ସଂଳାପ ରଚନା କରିଥିବା ବେଳେ ଗୀତ ରଚନାର ଭାର ସମ୍ଭାଳିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ । ଫେବୃଆରୀ ୯ରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ବୋଲି ପ୍ରଯୋଜନା ସଂସ୍ଥା ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।

 

Leave A Reply

Your email address will not be published.