Latest Odisha News

BREAKING NEWS

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥଗାରରେ ପ୍ରଦର୍ଶିତ ହେଲା ନାଟକ ବକ୍ସି ଜଗବନ୍ଧୁ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ସବୁ ବିଭାଗ ଚଳଚଞ୍ଚଳ, ଉତ୍ସାହର ବାତାବରଣ ସୃଷ୍ଟି

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହି ପରିପ୍ରେକ୍ଷୀରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ମୁଖ୍ୟ ପଠନ ଗୃହରେ ନାଟକ “ବକ୍ସି ଜଗବନ୍ଧୁ” ମଞ୍ଚସ୍ଥ ହୋଇଛି । ମାତୃଭୂମିର ସୁରକ୍ଷା ପାଇଁ ବକ୍ସି ଜଗବନ୍ଧୁଙ୍କ ତ୍ୟାଗ ଓ ବିରତ୍ୱର ଗାଥାକୁ ଏହି ନାଟକ ମାଧ୍ୟମରେ ନିଖୁଣ ଭାବରେ ପ୍ରତିଫଳିତ କରାଯାଇଛି ।

ଶତାବ୍ଦୀର କଳାକାର ମାନେ ଯଥା :- ପୂର୍ବ, ଜିତ, କାର୍ତ୍ତିକ, ସମ୍ବିତ, ସତ୍ୟ, ମଳୟ, ଲଷ୍ମୀକାନ୍ତ, ପ୍ରକାଶ, ଶୁଭ, ଅଶୋକ, ଆଶିଷ, ସୌମ୍ୟଙ୍କ ଅଭିନୟରେ ଅଭିନୀତ ଏହି ନାଟକକୁ ସୌଭାଗିନୀ ରାୟ ରଚନା କରିଥିବା ବେଳେ ଧୀର ମଲ୍ଲିକ ନିର୍ଦ୍ଦେଶନା ଦେଇଛନ୍ତି, ସହ ନିର୍ଦ୍ଦେଶନାରେ ମନୋଜ ସାହୁ ଏବଂ ପ୍ରତାପ ରାଉତ ସଙ୍ଗୀତ ଦେଇଥିଲେ ।

ସ୍ଥାନୀୟ ଜନତା ମଇଦାନଠାରେ ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା ଓ ଐତିହ୍ୟକୁ ନେଇ ଅନେକ ତର୍କ ଭିତ୍ତିକ ଆଲୋଚନା ମାନ ହେବା ସହ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଏହି ସମ୍ମିଳନୀ ସହାୟକ ହେବ ।

 

 

Leave A Reply

Your email address will not be published.