Latest Odisha News

BREAKING NEWS

ଓଡ଼ିଆ ଝିଅ ଲାବଣ୍ୟଙ୍କ କମାଲ୍ : ‘ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ଇଣ୍ଟରନ୍ୟାସନାଲ ଫିନାଲେରେ ଭାରତକୁ କରିବେ ପ୍ରତିନିଧିତ୍ୱ

ଭୁବନେଶ୍ୱର : ଓଡ଼ିଆ ଝିଅ ଲାବଣ୍ୟ ଦାସ । କୁନି କୁନି ପାଦରେ ହାଇ ହିଲ୍ ପିନ୍ଧି ଫ୍ୟାସନ ଶୋ’ ହେଉ କି ଡ଼ିବେଟ୍ କମ୍ପିଟିସନ । ପାଠ, ନାଚ, ଗୀତ ଏପରିକି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି ଏହି ଟ୍ୟାଲେଣ୍ଟେଡ଼ ଓଡ଼ିଆ କିଶୋରୀ ଲାବଣ୍ୟ । ତେବେ ଆସନ୍ତା ଜୁଲାଇ ମାସରେ ସିଙ୍ଗାପୁରରେ ଅନୁଷ୍ଠିତ ହେବାକୁ ଥିବା ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ ଇଣ୍ଟରନ୍ୟାସନାଲ ଫିନାଲେରେ ଭାଗନେବେ ଲାବଣ୍ୟ ।

କେରଳରେ ଅନୁଷ୍ଠିତ ହୋଇଯାଇଥିବା ପ୍ରିଟିନ ଜୁନିୟର ମଡ଼େଲ୍ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ୨୨ଟି ଦେଶର ବଛା ବଛା ପ୍ରତିଯୋଗୀଙ୍କୁ ପରାସ୍ତ କରି ବିୟୁଟି କ୍ରାଉନ୍ ହାସଲ କରିଛନ୍ତି ଏହି ଓଡ଼ିଆ ଝିଅ ଲାବଣ୍ୟ ।

କିନ୍ତୁ ସିଙ୍ଗାପୁରରେ ଅନୁଷ୍ଠିତ ହେବାକୁ ଥିବା ଏହି ବଡ଼ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଏହି ପ୍ରତିଯୋଗିତାରେ ସେ ୨୦ଟି ଦେଶର ସମୁଦାୟ ୭୦ ଜଣ ଅଂଶଗ୍ରହଣକାରୀଙ୍କ ସହିତ ପ୍ରତିଯୋଗିତା କରିବେ । ଯାହାବି ହେଉ ଏତେବଡ଼ ପ୍ରତିଯୋଗିତାରେ ଏକମାତ୍ର ଭାରତୀୟ ଭାବେ ଭାରତକୁ ପ୍ରତିନିଧିତ୍ୱ କରିବା କମ ଗୌରବର କଥା ନୁହେଁ ।

ପ୍ରକୃତରେ କୁନି ଓଡ଼ିଆ ଝିଅ ଲାବଣ୍ୟ ଦାସ ଆନ୍ତର୍ଜାତୀକ ସ୍ତରରେ ଓଡ଼ିଶାର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇପାରିଛନ୍ତି । ସିଙ୍ଗାପୁରରେ ହେବାକୁ ଥିବା ଫାଇନାଲ ପ୍ରତିଯୋଗିତାରେ ସଫଳତା ଲାଗି ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.