Latest Odisha News

BREAKING NEWS

ଓଡିଆ ଝିଅ ପଦ୍ମିନୀ ରାଉତ ଜିତିଲେ ‘ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନସିପ’

ଭୁବନେଶ୍ୱର : ‘ଇଣ୍ଟରନେସନାଲ ଚେସ୍ ମାଷ୍ଟର’ ପଦ୍ମିନୀ ରାଉତ ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛନ୍ତି । ଫିଲିପାଇନ୍ସର ମକାଟି ଠାରେ ଅନୁଷ୍ଠିତ ‘ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନ୍ସିପ’ରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ପଦ୍ମିନୀ ।

ପଦ୍ମିନୀ ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରି ଏହି ଆଖ୍ୟା ଅର୍ଜନ କରିଛନ୍ତି । ଏହି ଜିତ୍ ହାସଲ କରିବା ସହ ସେ୨୦୨୦ ମହିଳା ଚେସ୍ ବିଶ୍ୱକପ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଭୁବନେଶ୍ୱର ସ୍ଥିତ ବିଜେବି କଲେଜର ଏହି କମର୍ସ ଗ୍ରାଜୁଏଟ୍ ପଦ୍ମିନୀ ମାତ୍ର ୯ ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଥିଲେ ।

ସେ ‘ଇଣ୍ଟରନେସନାଲ ଚେସ୍ ମାଷ୍ଟର’, ‘ମହିଳା ଗ୍ରାଣ୍ଡମାଷ୍ଟର’ ଟାଇଟଲ ହାସଲ କରିଥିବାବେଳେ ୨୦୦୮ ମସିହାରେ ସେ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ଚାମ୍ପିୟନସିପ୍ ଜିତିଥିଲେ । ଏଥିସହିତ ପଦ୍ମିନୀ ଲଗାତାର ୪ବର୍ଷ (୨୦୧୪, ୨୦୧୫, ୨୦୧୬ ଓ ୨୦୧୭) ହେବ ଭାରତୀୟ ମହିଳା ଚାମ୍ପିୟନସିପ୍ ଜିତି ଆସୁଛନ୍ତି ।

ଚେସ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ସରକାର ପଦ୍ମିନୀଙ୍କୁ ୨୦୦୭ ମସିହାରେ ‘ବିଜୁ ପଟ୍ଟନାୟକ ସ୍ପୋଟ୍ସ ଆୱାର୍ଡ’ ଏବଂ ୨୦୦୯ ମସିହାରେ ‘ଏକଲବ୍ୟ ଆୱାର୍ଡ’ ପ୍ରଦାନ କରିଥିଲେ ।

Leave A Reply

Your email address will not be published.