Latest Odisha News

ଜାତୀୟ ଜୁନିୟର ଖୋ ଖୋ: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପର ବାଳକ ଏବଂ ବାଳିକା ବିଭାଗ ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ବାଳକ ବିଭାଗର ପ୍ରଥମ ସେମିରେ ମହାରାଷ୍ଟ୍ର-ଓଡିଶା ଏବଂ ଦ୍ୱିତୀୟରେ ଦିଲ୍ଲୀ-ପଶ୍ଚିମବଙ୍ଗ ମଧ୍ୟରେ ମୁକାବିଲା ହେବ । ପୂର୍ବରୁ କ୍ୱାର୍ଟର ଫାଇନାଲରେ ମହାରାଷ୍ଟ୍ର ୧୦-୮ରେ ଛତିଶଗଡକୁ, ଓଡିଶା ୧୯-୮ରେ ତେଲେଙ୍ଗାନାକୁ, ଦିଲ୍ଲୀ ୧୦-୯ରେ ଆନ୍ଧ୍ରପ୍ରଦେଶକୁ ଓ ଟାଇ ମ୍ୟାଚରେ ପଶ୍ଚିମବଙ୍ଗକୁ କୋହ୍ଲାପୁର ହରାଇଥିଲା ।ସେହିପରି ବାଳିକା ବିଭାଗ ସେମିଫାଇନାଲରେ ଓଡିଶା-ମହାରାଷ୍ଟ୍ର ଓ କର୍ଣ୍ଣାଟକ-କୋହ୍ଲାପୁରକୁ ଭେଟିବ । କ୍ୱାର୍ଟରରେ ମହାରାଷ୍ଟ୍ର ୧୦-୮ରେ ତାମିଲନାଡୁକୁ, ଓଡିଶା ୧୩-୫ରେ ପଶ୍ଚିମବଙ୍ଗକୁ, କୋହ୍ଲାପୁର ୮-୭ରେ ପଶ୍ଚିମବଙ୍ଗକୁ ଓ କର୍ଣ୍ଣାଟକ ୧୦-୮ରେ ରାଜସ୍ଥାନକୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ ।

Leave A Reply

Your email address will not be published.