Latest Odisha News

BREAKING NEWS

‘ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ’

କଟକ: ମାଟ୍ରିକ ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ପ୍ରେସମିଟ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇବ କହିଲେ, ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଏବର୍ଷ ପିଲାମାନେ ନିଜ ମାଟ୍ରିକ୍ ପରୀକ୍ଷା ଫଳ ଅନଲାଇନରେ ଦେଖିବା ସହ ପରୀକ୍ଷା ଫଳ ବାହାରିବା ୭ ଦିନ ଭିତରେ ଡିଜିଟାଲ ସାର୍ଟିଫିକେଟର କପି ମଧ୍ୟ ଡାଉନଲୋଡ୍ କରି ନେଇପାରିବେ । ଯାହାକୁ ପିଲାମାନେ ପରୀକ୍ଷା ଫଳ ବାହାରିବାର ମାସେ ଭିତରେ ସ୍କୁଲକୁ ଯାଇ ନେଉଥିଲେ ଚଳିତ ଥର ଅନଲାଇନ ମାଧ୍ୟମରେ ଏହାକୁ ରେଜଲ୍ଟ ବାହାରିବାର ୭ ଦିନ ଭିତରେ ପାଇପାରିବେ । ୧୫ ଦିନ ପରେ ସ୍କୁଲରୁ ଯାଇ ହାର୍ଡ କପି ଆଣିପାରିବେ ।

୫ଲକ୍ଷ ୬୨ ହଜାର ୨ଶହ ୭୯ ଜଣ ପିଲା ଚଳିତ ଥର ପରୀକ୍ଷା ଦେଇଛନ୍ତି । ସେମାନଙ୍କ ପାଇଁ ୫୫ଟି ସେଣ୍ଟରରେ ଖାତା ଦେଖା ଚାଲିଛି । ୧୬ ହଜାର ଶିକ୍ଷକ ଖାତା ଦେଖାରେ ନିୟୋଜିତ ଅଛନ୍ତି । ଏହି ୫୫ଟି ସେଣ୍ଟରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ବାବଧାନରେ ଯେପରି ପରୀକ୍ଷା ଚାଲିଥିଲା ଠିକ୍ ସେହିପରି ମୂଲ୍ୟାୟନ ଚାଲିଛି ।ମୂଲ୍ୟାୟନକୁ ନିର୍ଭୁଲ ଭାବେ କରିବା ପାଇଁ ୨ଟି ବ୍ୟବସ୍ଥା ହୋଇଛି । ମାର୍ଚ୍ଚ ୧୫ରୁ ମାର୍ଟ୍ରିକ ଖାତା ଦେଖା ଆରମ୍ଭ ହୋଇଛି ।  ନିର୍ବାଚନ ପାଇଁ କିଛି ସମସ୍ୟା ରହୁଛି, ହେଲେ ନିର୍ଦ୍ଧାରିତ ସମୟରେ ଆସିବ ମାଟ୍ରିକ ରେଜଲ୍ଟ ।

୩୦୪୭ କେନ୍ଦ୍ରରେ  ମାଟ୍ରିକ ପରୀକ୍ଷା ଦେଇଥିଲେ ପିଲା । ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ମଧ୍ଯ କରାଯାଇଥିଲା । ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭିରେ କଣ୍ଟ୍ରୋଲ ରୁମ ସହ ଯୋଡି ନଜର ରଖାଯାଇଥିଲା । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯାଇଥିଲା । ବୋର୍ଡ ମୁଖ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖାଯାଇଥିଲା ।

Leave A Reply

Your email address will not be published.