Latest Odisha News

BREAKING NEWS

ଅପରେସନ ଗ୍ରୀନ୍ କ୍ଲିନ୍‌: ମାଲକାନଗିରିରେ ଲକ୍ଷାଧିକ ଗଂଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ମାଲକାନଗିରି: ପ୍ରକୃତିରେ ଭରପୁର ମାଲକାନଗିରି ଜିଲ୍ଲାରେ ଆଉ ବରଦାସ୍ତ କରାଯିବନି ସବୁଜ ଜହର କାରବାର । ଏଥିପାଇଁ ଅଣ୍ଟା ଭିଡିଛି ଅବକାରୀ ବିଭାଗ । ଆରମ୍ଭ ହୋଇଛି ଅପରେସନ୍ ଗ୍ରୀନ୍ କ୍ଲିନ୍ । ଆଜି ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ ଲକ୍ଷାଧିକ ଗଂଜେଇ ଗଛ ନଷ୍ଟ କରିଥିବା ସୂଚନା ରହିଛି ।

ବେଆଇନ ଗଂଜେଇ ଗଛ ନଷ୍ଟ କରିବା ଅବସରରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଚିତ୍ରକୋଣ୍ଡା ତହସିଲଦାର, ଥାନା କର୍ମଚାରୀ ଓ ଅବକାରୀ ବିଭାଗର କର୍ମଚାରୀ । ମିଳିଥିବା ସୂଚନା ଅନୁଯାୟୀ ଦୋରାଗୁଡା, କମାରଗୁଡା ଓ ବଡପୁଟ୍ ଅଂଚଳରେ ପ୍ରାୟ ୯୨ ଏକର ଜଙ୍ଗଲିଆ ଜମିରେ ବେଆଇନ ଭାବେ ଗଂଜେଇ ଚାଷ ହୋଇଥିଲା । ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୩୮ ହଜାର ୫୦୦ ଗଂଜେଇ ଗଷ୍ଟ ନଷ୍ଟ କରାଯାଇଥିବା ଜଣାପଡିଛି ।

ପୂର୍ବରୁ ଏହି ସମସ୍ତ ଅଂଚଳରେ ମାଓବାଦୀ ସଙ୍ଗଠନ ସକ୍ରିୟତା ଜାହିର କରିଆସୁଥିଲେ । ଏଥିପାଇଁ ଏହି ଅଂଚଳରେ କୌଣସି ସରକାରୀ କର୍ମଚାରୀ ପ୍ରବେଶ କରିବାକୁ ସଙ୍କୋଚ ବୋଧ କରୁଥିଲେ । ହେଲେ ସ୍ୱାଭିମାନ ଅଂଚଳରେ ବିଏସ୍‌ଏଫ୍ କ୍ୟାମ୍ପ ସ୍ଥାପନ ହେବା ପରେ ପୋଲିସ ଓ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ତେବେ ଗତକାଲି ଗଂଜେଇ ଗଛ ନଷ୍ଟ ଅଭିଯାନକୁ ବିରୋଧ କରି ଧୁଳିପୁଟ୍ ପଂଚାୟତର ୩୫ଟି ଗାଁର ଲୋକେ ପ୍ରଜାମେଳି କରିଥିଲେ ।

Leave A Reply

Your email address will not be published.