Latest Odisha News

ମୋଦିଙ୍କ ସହ କଥା ହେଲେ ନବୀନ, ଅକ୍ସିଜେନ୍‌ ଅଭାବ ପୂରଣରେ ସହଯୋଗ କରିବ ଓଡ଼ିଶା: ନବୀନ

ଭୁବନେଶ୍ୱର: ଦେଶରେ କରୋନା କାୟା ବିସ୍ତାର କରିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲରେ କେଉଁଠି ଆବଶ୍ୟକ ସଂଖ୍ୟକ ବେଡ ନାହିଁ ତ କେଉଁଠି ଔଷଧ ତ ପୁଣି କେଉଁଠି ଅକ୍ସିଜେନ୍ । ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀ ଜୀବନ ହାରୁଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ପରି ଅନେକ ରାଜ୍ୟର ସ୍ଥିତି ଅତି ଭୟଙ୍କର ଆଡକୁ ଗଲାଣି । ଯାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । 

ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ଫୋନ ଯୋଗେ କଥା ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ବର୍ତ୍ତମାନର ପରିସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ । କୋଭିଡ ମୁକାବିଲା ପାଇଁ ଓଡ଼ିଶା ସହଯୋଗ କରିବ ବୋଲି ସେ ମୋଦିଙ୍କୁ କହିଛନ୍ତି । ଅକ୍ସିଜେନ୍‌ ଅଭାବ ପୂରଣରେ ଓଡ଼ିଶା ସହଯୋଗ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । 

ଦେଶରେ କରୋନା ସ୍ଥିତି ନେଇ ଗତକାଲି ଦିଲ୍ଲୀ  ହାଇକୋର୍ଟ ଦେଶରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ନିଜ ପ୍ଲାଣ୍ଟରେ ଉତ୍ପାଦନ କରୁଥିବା ଅକ୍ସିଜେନ୍‌ କେନ୍ଦ୍ର ସରକାରଙ୍କୁ ଦେବେ ବୋଲି କହିଛନ୍ତି । ଏହାପରେ କେନ୍ଦ୍ର ସରକାର ଏହାକୁ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଦରକାର ଅନୁସାରେ ପଠାଇବେ । ଦରକାର ପଡ଼ିଲେ ଷ୍ଟିଲ ଓ ପେଟ୍ରୋଲିୟମ ସହ ସବୁ ସଂସ୍ଥାର ଅମ୍ଳଜାନକୁ ମେଡିକାଲରେ ବ୍ୟବହାର ପାଇଁ ପଠାଯିବ ବୋଲି କୋର୍ଟ ଗତକାଲି କହିଥିଲେ ।

Leave A Reply

Your email address will not be published.