Latest Odisha News

BREAKING NEWS

ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ, ମେ ୧୬ରେ ଭୋଟ ଗ୍ରହଣ

ଭୁବନେଶ୍ୱର : ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ । ଆସନ୍ତା ମେ ୧୬ ତାରିଖରେ ହେବ ପିପିଲି ଉପନିର୍ବାଚନ । ସେହିପରି ୧୯ ତାରିଖରେ ହେବ ଭୋଟ ଗଣତି । ପୂର୍ବରୁ ମେ’ ୧୩ରେ ଉପନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ମେ ୧୩ ତାରିଖରେ ଇଦ୍ ପଡ଼ୁଥିବାରୁ ଉପନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ, ମେ ୧୬ ତାରିଖରେ ଭୋଟ ଗ୍ରହଣ ହେବ ।

ସେହିପରି ଭୋଟ୍ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ପ୍ରଚାର । ଅର୍ଥାତ ମେ ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରଚାର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା କଟକଣା ସହ ନିର୍ବାଚନ ସାରିବାକୁ ଗୁରୁତ୍ବ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

Leave A Reply

Your email address will not be published.