Latest Odisha News

BREAKING NEWS

ରାଜ୍ୟରେ ୩୨୨୨ଟି ନୂଆ ଆକ୍ରାନ୍ତ ଚିହ୍ନଟ; ଆଉ ୪୬ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୨୨ଟି ପଜିଟିଭ କେସ୍‌ ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୧୮୩୮ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୧୩୮୪ଟି ଲୋକାଲ୍ କେସ୍‌ ରହିଛି।

ଅନୁଗଗୁଳ ଜିଲ୍ଲାରୁ ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୮, ବରଗଡ଼ରୁ ୨୪, ଭଦ୍ରକରୁ ୧୪୧,  ବଲାଙ୍ଗିରରୁ ୨୨, ବୌଦ୍ଧରୁ ୧୬, ଦେବଗଡ଼ରୁ ୭, ଢେଙ୍କାନାଳରୁ ୪୧, ଗଜପତିରୁ ୯, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୯୦,  ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୧୭୯, କେନ୍ଦୁଝରରୁ ୬୪, ଖୋର୍ଦ୍ଧାରୁ ୪୨୨, କୋରାପୁଟରୁ ୫୩, ମାଲକାନଗିରିରୁ ୬୬, ମୟୂରଭଞ୍ଜରୁ ୧୯୫, ନବରଙ୍ଗପୁରରୁ ୨୩, ପୁରୀରୁ ୧୮୮, ନୂଆପଡ଼ାରୁ ୧୬, ରାୟଗଡ଼ରୁ ୬୧, ସମ୍ବଲପୁରରୁ ୩୧, ସୋନପୁରରୁ ୧୨ ଓ ସୁନ୍ଦରଗଡ଼ରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଦିନକରେ ୪୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। କରୋନାରୁ ୩୪୫୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ରହିଛି ୮୮୦୯୯୭। ସେହିପରି ମୋଟ ପଜିଟିଭ ସଂଖ୍ୟା ୯୧୬୧୦୯ ରହିଥିବା ବେଳେ ସକ୍ରିୟ ମାମଲା ରହିଛି ୩୦୯୫୦।

Leave A Reply

Your email address will not be published.