Latest Odisha News

BREAKING NEWS

ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ନବରଙ୍ଗପୁର: ନିର୍ବାଚନ ପ୍ରଚାର ପାଇଁ ଉମରକୋଟ ଯାଇଥିବା ବେଳେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିବାର୍ଚନ ଅଧିକାରୀ । ହେଲେ ଯାଞ୍ଚ ସମୟରେ କିଛି ମିଳିନଥିବା ସୂଚନା ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ମଧ୍ୟ ଯାଞ୍ଚ କରାଯାଇଥିଲା ।

ଆଜି ଉମରକୋଟ ଗସ୍ତରେ ଯାଇ ସେଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ପାଣ୍ଡିଆନ । ଏହି ସମୟରେ ସେ ବିରୋଧୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ଗତ ନିର୍ବାଚନରେ ଏହି ଆସନରୁ ଜଣେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ସେ ତାଙ୍କ କାର୍ଯ୍ୟକାଳ ଭିତରେ ଆପଣମାନଙ୍କର ଓ ଏହି ସ୍ଥାନର କଣ ଉନ୍ନତି କରିଛନ୍ତି । ଯେଉଁ ବିଶ୍ବାସ ଓ ଭରସାରେ ଆପଣମାନେ ତାଙ୍କୁ ଜିତାଇଲେ ସେ ଆପଣମାନଙ୍କ ବିଶ୍ବାସ ଭାଜନ ହୋଇପାରିଛନ୍ତି କି ବୋଲି ପାଣ୍ଡିଆନ ପ୍ରଶ୍ନ ପଚାରିଛନ୍ତି ।

ସେ ଆହୁରି କହିଛନ୍ତି, ଉକ୍ତ ନେତା ଜଣକ ବହୁତ ବଡ ବଡ କଥା କହିଥିଲେ । ୫ ବର୍ଷ ସମୟ ନେଲେ, କିନ୍ତୁ କିଛି କାମ କଲେନି । ଏବେ ପୁଣି ଭୋଟ୍ ମାଗିବାକୁ ଆସିଲେ ପଚାରିବେ ୫ ବର୍ଷ ହେଲା ସେ କେଉଁଠି ଥିଲେ ବୋଲି ।

 

Leave A Reply

Your email address will not be published.