Latest Odisha News

ନୂଆଖାଇରେ କାଳିଆ ଭେଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମିଳିବ ନୂଆଖାଇ ଭେଟି  । ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣ ପର୍ବ ନୂଆଖାଇରେ ମିଳିବ କାଳିଆ ଟଙ୍କା । କାଳିଆ ଟଙ୍କା ବାବଦକୁ ରାଜ୍ୟ ସରକାର ୮୬୯ କୋଟି ଟଙ୍କା ପ୍ରଦାନ କରିବେ  ।

ଏହା ମାଧ୍ୟମରେ ୪୧ ଲକ୍ଷ ଚାଷୀ ଉପକୃତ ହେବେ  । ପ୍ରତ୍ୟକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଇବେ ରାଜ୍ୟ ସରକାର । ସମସ୍ତ ଚାଷୀ ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପ୍ରରଣ କରାଯିବ । ରାଜ୍ୟରେ ଗରିବ ଚାଷୀମାନଙ୍କୁ ଏହି ସହଯୋଗ ମିଳୁଛି  ।

ଚଷୀମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୦୧୯ ଜାନୁଆରୀରୁ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବା ବେଳେ ନୂଆଖାଇରେ ୮ ଥର ଟଙ୍କା ଦେବେ ରାଜ୍ୟ ସରକାର  ।

Leave A Reply

Your email address will not be published.