Latest Odisha News

BREAKING NEWS

ଶ୍ରଦ୍ଧାଳୁଙ୍କ ପାଇଁ ସପ୍ତାହରେ ଏହି ତିନି ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ଘଟଗାଁରେ ଥିବା ପ୍ରସିଦ୍ଧ ତାରିଣୀ ମନ୍ଦିରକୁ ସପ୍ତାହରେ ତିନି ଦିନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ମନ୍ଦିର ବନ୍ଦ ରହିବ। ବାକି ଚାରି ଦିନ ଏହା ଖୋଲା ରହିବ।

ମଙ୍ଗଳବାର ମାଁଙ୍କ ମନ୍ଦିରରେ ହେବାକୁ ଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ରାଜ୍ୟ କିମ୍ବା ଜିଲ୍ଲାର ଲୋକଙ୍କ ପାଇଁ ନିଜସ୍ବ ପରିଚୟ ପତ୍ର ଦେଖାଇବା ଜରୁରୀ ବୋଲି ଜିଲ୍ଲାପାଳ ନିଦ୍ଦେର୍ଶ ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧୦୩ଟି ପଜିଟିଭ ମାମଲା ରେକର୍ଡ କରାଯାଇଛି।

Leave A Reply

Your email address will not be published.