Latest Odisha News

BREAKING NEWS

ଜୁନ ୧୮ ବଦଳରେ ଜୁନ ୨୧ରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର: ସାରା ରାଜ୍ୟ ଏବେ ପଚଣ୍ଡ ରୌଦ୍ରତାପରେ ଅସ୍ତବ୍ୟସ୍ତ । ମୌସୁମୀ ଜଳବାୟୁ ରାଜ୍ୟରେ ପ୍ରବାହିତ ହେଉଥିଲେ ମଧ୍ୟ ଅସହ୍ୟ ଗ୍ରୀଷ୍ମପ୍ରବାହ ହ୍ରାସ ପାଉନାହିଁ । ପ୍ରବଳ ଖରା ଓ ଗୁଳଗୁଳିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗ୍ରୀଷ୍ମାବକାଶକୁ ବୃଦ୍ଧି କରିଛନ୍ତି । ତେଣୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଜୁନ ୧୮ ତାରିଖ ବଦଳରେ ଜୁନ ୨୧ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ ।

ରାଜ୍ୟର ସମସ୍ତ ଛୋଟ ଛୋଟ ପିଲା ତଥା ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ସମସ୍ତ ସରକାରୀ ତଥା ଘରୋଇ ବିଦ୍ୟାଳୟ ଗୁଡ଼ିକ ଜୁନ ୧୮ ତାରିଖ ବଦଳରେ ଜୁନ ୨୧ ତାରିଖରେ ଖୋଲିବ । ରାଜ୍ୟ ସରକାର ଏହି ଗ୍ରୀଷ୍ମାବକାଶର ଅବଧି ଅଧିକ ୩ ଦିନକୁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଆଜି ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜଣାଇଛନ୍ତି ।

Leave A Reply

Your email address will not be published.