Latest Odisha News

BREAKING NEWS

ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରିବେ: ନିରଞ୍ଜନ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ କହିଛନ୍ତି ଯେ, ଏବେ ଓଡ଼ିଶା ସରକାର ଅନନ୍ୟୋପାୟ ହୋଇ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରିବାକୁ ବାଧ୍ୟ ।

ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେଡ଼ି କାହିଁକି ଆୟୁଷ୍ମାନ ଭାରତ ଯୋଜନା ଗ୍ରହଣ କରିବାକୁ ମନା କରୁଥିଲା ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ନିରଞ୍ଜନ କହିଛନ୍ତି, କେବଳ ରାଜନୈତିକ ଫାଇଦା ଲାଗି ବିଜେଡ଼ି ସେବେ ଏହି ଯୋଜନାକୁ ଗ୍ରହଣ କରୁନଥିଲା । ଏବେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକରିବାକୁ ନୂଆ ରାଜ୍ୟ ସରକାର ମନ ବଳାଇଛନ୍ତି ।

“ ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ଠାରୁ ଅଧିକ ଉତ୍ତମ ଯୋଜନା ବୋଲି ଜନସାଧାରଣଙ୍କୁ ଅବଗତ କରିବା ଲାଗି ତାହାକୁ ଗ୍ରହଣ କରାଯାଇନଥିଲା” ବୋଲି ନିରଞ୍ଜନ କହିଛନ୍ତି ।

ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧିରେ ଧିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ହେବାକୁ ଏହି କେନ୍ଦ୍ରୀୟ ଯୋଜନାକୁ ଗ୍ରହଣ କରିବାକୁ ମନସ୍ଥ କରିଛନ୍ତି, ବୋଲି ଓପିସିସି ସଭାପତି କହିଛନ୍ତି ।

“ଏହାବ୍ୟତୀତ, ରାଜ୍ୟ ସରକାର ଏବେ ଅଧିକ ବିତ୍ତୀୟ ସଙ୍କଟର ସମ୍ମୁଖୀନ ହେଉଥିବା ମଧ୍ୟ ଅନ୍ୟ ଏକ କାରଣ,” ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Leave A Reply

Your email address will not be published.