Latest Odisha News

BREAKING NEWS

ଜମି କିଣାବିକା ମାମଲା: ପଞ୍ଜିକୃତ ଦଲିଲ ରଦ୍ଦ କରିପାରିବେନି ସବ୍-ରେଜିଷ୍ଟ୍ରାର୍

କଟକ: ଜମି କିଣାବିକା ଦଲିଲ ରଦ୍ଦ ମାମଲା। ପଞ୍ଜିକୃତ ଦଲିଲକୁ ରଦ୍ଦ କରିପାରିବେନି ରେଜିଷ୍ଟ୍ରେସନ ଅଧିକାରୀ। ଜମି କିଣାବିକା ପରେ ପୁନର୍ବାର ସେହି ଦଲିଲକୁ ରଦ୍ଦ କରିବା (କ୍ୟାନ୍ସଲେସନ ଡିଡ୍‌) ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆବେଦନକାରିଣୀଙ୍କୁ ସିଭିଲ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଦଲିଲ ପଞ୍ଜୀକରଣ ଆଇନ ଅନୁଯାୟୀ ସବ୍-ରେଜିଷ୍ଟ୍ରାରଙ୍କ କ୍ଷମତା ସୀମିତ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଚିତ୍ତରଞ୍ଜନ ଦାଶ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।

ଏକ ଜମି କିଣାବିକା ଦଲିଲ୍ ରଦ୍ଦ ମାମଲାର ଶୁଶାଣୀ କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ଆବେଦନକାରିଣୀ ରଶ୍ମିତା ସାହୁଙ୍କ ନାମରେ ୨୦୦୮ ଏପ୍ରିଲ ୨୮ରେ ଏକ ବିକ୍ରୟ ଦଲିଲ ସମ୍ପାଦିତ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୧ ସେପ୍ଟେମ୍ବର ୨୬ରେ ବିକ୍ରେତା ଜଣକ ଏକପାଖିଆ ଭାବେ ଉକ୍ତ ବିକ୍ରୟ ଦଲିଲକୁ ରଦ୍ଦ କରିବା ପାଇଁ ଏକ ‘କ୍ୟାନ୍ସଲେସନ ଡିଡ୍’ ପଞ୍ଜିକୃତ କରିଥିଲେ। ଆବେଦନକାରିଣୀ ଏହି ଏହାକୁ ବେଆଇନ ଓ ଭ୍ରମାତ୍ମକ ବୋଲି ଅଭିଯୋଗ କରି କରି ଏହାକୁ ରଦ୍ଦ କରିବା ପାଇଁ ଏବଂ ପୂର୍ବର ବିକ୍ରୟ ଦଲିଲକୁ କାଏମ ରଖିବା ପାଇଁ ହାଇକୋର୍ଟଙ୍କ ନିକଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ।

ଏହି ଆବେଦନକୁ ଗ୍ରହଣ କରି କତ୍ତୃପକ୍ଷ ପୂର୍ବ ପଞ୍ଜିକରଣକୁ ରଦ୍ଦ କରି ଦେଇଥିଲେ। ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ରଶ୍ମିତା ସାହୁ। ସେ ଅଭିଯୋଗ କରିଥିଲେ ଯେ ଏହି କ୍ୟାନ୍ସଲେସନ୍‌ ଦଲିଲ ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା। ସେ ଇସି ପାଇବା ପରେ ହିଁ ଏହି ବିଷୟରେ ଜାଣିବାକୁ ପାଇଥିଲେ।

Comments are closed.