Latest Odisha News

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଅଗ୍ରସେନକୁ ମିଳିଲା କାଟସାହି ମାଙ୍ଗାନିଜ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଅଗ୍ରସେନ ସ୍ପଜ୍ ଇଣ୍ଡଷ୍ଟ୍ରିଜ୍ ପ୍ରା. ଲି.କୁ କାଟସାହି ମାଙ୍ଗାନିଜ୍ ଖଣି ବ୍ଲକ୍ ମିଳିଛି ।

ଏହି କମ୍ପାନୀ ଓଡିଶା ସରକାରଙ୍କୁ ୧୩୦.୩୦ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି ।

ୟାଜଦାନୀ ପାୱାର ଆଣ୍ଡ ଷ୍ଟିଲ୍ ଲି., ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ପିଏମ୍ ଗ୍ରାନାଇଟ୍ ଏକ୍ସପୋର୍ଟ ପ୍ରା. ଲି., ଓ ରୁଙ୍ଗଣ୍ଟା ସନ୍ସ ପ୍ରା. ଲି. ଏହି ଖଣି ନିଲାମର ଫାଇନାଲ୍ ରେସରେ ରହିଥିଲେ ।

ଏହି ଖଣିରେ ଆନୁମାନିକ ଗଚ୍ଛିତ ସମ୍ପଦ ୦.୬୬୭ ମ୍ୟାଟ୍ରିକ୍ ଟନ୍ ମାଙ୍ଗାନିଜ୍ ରହିଛି । ଏହି ଖଣିର ଲିଜ୍ ପୂର୍ବରୁ ରୁଙ୍ଗଟା ସନ୍ସସ୍ ପ୍ରା. ଲି. ପାଖରେ ରହିଥିଲା ।

Leave A Reply

Your email address will not be published.