Latest Odisha News

BREAKING NEWS

ଭାରତୀୟ ସେନାରେ ‘କଳିଙ୍ଗ ରେଜିମେଣ୍ଟ’ ପ୍ରତିଷ୍ଠା କରିବାକୁ ଓଡ଼ିଶାର ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀରେ ‘କଳିଙ୍ଗ ରେଜିମେଣ୍ଟ’ ପ୍ରତିଷ୍ଠା କରିବା ପରି ଓଡ଼ିଶାର ବହୁଦିନର ଦାବୀକୁ ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଉପସ୍ଥାପନ କରିଛନ୍ତି । ଭାରତୀୟ ପ୍ରତିରକ୍ଷାକୁ ରାଜ୍ୟର ଅବଦାନ ତଥା ଅତୀତର ସମୃଦ୍ଧିଶାଳୀ ଓଡ଼ିଶା ସମ୍ପର୍କରେ ଆଲୋକପାତ କରି ସାଂସଦ ଶ୍ରୀ ପାତ୍ର ପାର୍ଲ୍ଲାମେଣ୍ଟରେ ଓଡ଼ିଶାର ଏହି ଦୀର୍ଘଦିନର ଦାବିକୁ ଉପସ୍ଥାପନ କରିଥିଲେ ।

ଏହି ଦାବିକୁ ପ୍ରଥମେ ବିଜୁ ପଟ୍ଟନାୟକ ଉଠାଇଥିଲେ ଏବଂ ପରେ ଏହା ଅନ୍ୟମାନଙ୍କ ଦ୍ୱାରା ଉତ୍ଥାପିତ ହୋଇଥିଲା । ମାତ୍ର ଏହି ଦାବିକୁ କେନ୍ଦନ୍ର ଗ୍ରହଣ ନକରିବା ଓଡ଼ିଶାର ଜନସାଧାରଣଙ୍କ ପ୍ରତି ଅସମ୍ମାନ ସଦୃଶ ।

“କେନ୍ଦ୍ର ସରାକାରଙ୍କୁ ମୁଁ କହିବାକୁ ଚାହେଁ ଯେ, ଦେଶର ପ୍ରତିରକ୍ଷା ଲାଗି ଓଡ଼ିଶାର ଅବଦାନ ଅତୁଳନୀୟ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ, ଏପରିକି ଭାରତର ପୂର୍ବତଟ ବା ଓଡ଼ିଶାରେ ଥିବା ଅବଦୁଲ୍ କାଲାମ୍ ଦ୍ୱୀପକୁ ସୁରକ୍ଷା ଦେବା ଲାଗି ଏହା ଗଠନ କରିବା ନିତାନ୍ତ ଆବଶ୍ୟକ,” ବୋଲି କହିଛନ୍ତି ।

ଅତୀତ ଓଡ଼ିଶାର ଗୌରବମୟ ‘ପାଇକ ବ୍ରିଦ୍ରୋହ’କୁ ସ୍ମୃତିଚାରଣ କରିବା ସହିତ ଭାରତୀୟ ସ୍ୱାଧିନତା ସଂଗ୍ରାମରେ ଓଡ଼ିଆ ସଂଗ୍ରାମୀଙ୍କ ବଳିଦାନର ଗାଥା ତଥା କଳିଙ୍ଗ ଯୁଦ୍ଧ ସମ୍ପର୍କରେ ସଂସଦରେ ଶ୍ରୀ ପାତ୍ର ବିଶଦ ଭାବେ ବର୍ଣ୍ଣନା କରିଥିଲେ ।

Leave A Reply

Your email address will not be published.