Latest Odisha News

BREAKING NEWS

ପୌର ନିର୍ବାଚନ : ମାର୍ଚ୍ଚ ୨ରୁ ନାମାଙ୍କନ ,୨୬ରେ ଭୋଟ୍ ଗଣତି

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ  । ରାଜ୍ୟରେ ମୋଟ ୧୦୬ ଟି ପୌର ପରିଷଦ ୪୭ଟି ମ୍ୟୁନିସପାଲଟି ଓ ୫୯ ଟି ଏନଏସି ଏବଂ ୩ ଟି ପୌର ନିଗମରେ ସାଧାରଣ ନିର୍ବାଚନ ହେବ । ମାର୍ଚ୍ଚ ୨୬ରେ ହେବ ଭୋଟ୍ ଗଣତି। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ ଅନୁଷ୍ଠିତ ହେବ ନିର୍ବାଚନ । ଏନେଇ ଫେବୃଆରୀ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିଠାରୁ ଆଦର୍ଶ ଅଚରଣ ବିଧି ଲାଗୁ ହୋଇଛି। ଏନେଇ ପ୍ରେସ ମିଟିରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

୧୦୬ ଟି ପୌର ପରିଷଦରେ ମୋଟ ୧୭୩୧ ଟି ୱାର୍ଡର ୩,୦୩୦ ବୁଥ ଅଛି ଏବଂ ୨୭ ଲକ୍ଷରୁ ଉର୍ଧ ଭୋଟର ରହିଛନ୍ତି । ସେହିପରି ୦୩ଟି ପୌର ନିଗମରେ ମୋଟ ୧୬୮ ଟି ୱାର୍ଡର ୧୪୦୭ ଟି ବୁଥ ଥିବାବେଳେ ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ଅଛନ୍ତି । ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ହେବା ପରେ ରାଜନୈତିକ ଦଳ ମାନଙ୍କୁ ଏକ ନକଲ ହାର୍ଡ ବା ସଫ୍ଟ କପି ଦିଆଯିବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟରେ ପ୍ରଥମ ଥର ପାଇଁ ମେୟର ନିର୍ବାଚନ ପ୍ରତ୍ୟେକ୍ଷ ଭାବେ ହେବ ଏବଂ ଏହା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ।

ମେୟର ପଦବୀ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଥିବାରୁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ୍ ପୃଥକ କୋଠରୀରେ ବ୍ୟବହାର କରାଯିବ । ଗୋଟିଏ କାଉନସିଲର ଗୋଟିଏ କର୍ପୋରେଟର ନିର୍ବାଚନ ପାଇଁ ଉଦ୍ଧିଷ୍ଟ ଥିଲା ବେଳେ ଅନ୍ୟଟି ମେୟର ନିର୍ବାଚନ ପାଇଁ ଉଦ୍ଧିଷ୍ଟ ହେବ । କାଉନସିଲର ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ ଚେୟାର ପର୍ସନ ନିର୍ବାଚନ ପାଇଁ ହଳଦିଆ କାଗଜ ଇଭିଏମର ବ୍ୟବହାର ହେବ ।ସମାନ ରଙ୍ଗର ଷ୍ଟିକର କଣ୍ଟୋଲ ୟୁନିଟରେ ଲଗାଯିବ ।

ପ୍ରଥମ ଥର ପାଇଁ ପୌର ନିର୍ବାଚନ ଇଭିଏରେ ନୋଟା ଅପସନ୍ ରହିବ ।ବାଲାଟ ୟୁନିୟରେ ଶେଷ ପ୍ରାର୍ଥୀଙ୍କ ପରେ ନୋଟା ରହିବ ।ନିର୍ବାଚନରେ ପ୍ରତିଯୋଗୀତା କରୁଥିବା ପ୍ରାର୍ଥୀ ମାନଙ୍କ ପାଇଁ ଖର୍ଚ୍ଚ ସୀମାକୁ ରାଜ୍ୟ ନିର୍ବାଚନ କମିଶନର ପରିମାର୍ଜିତ କରିଛନ୍ତି ।୫୦ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ଏନଏସିରେ କାଉନସିଲର ବା କର୍ପୋରେଟ ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମା ୫୦, ହଜାର ରହିବା ସେହିପରି ମେୟର ମାନଙ୍କ ଖର୍ଚ୍ଚ ସୀମା ୨ଲକ୍ଷ ରହିବ । ତାସହ ୫୦ହଜାରୁ ଏକ ଲକ୍ଷ ମଧ୍ୟରେ ଜନସଂଖ୍ୟା ଥିବା ସ୍ଥାନରେ ୭୫ ହଜାର ଟଙ୍କା ଖର୍ଚ୍ଚର ସୀମା ରହିବ ।

ଏକ ଲକ୍ଷରୁ ଉର୍ଦ୍ଦ ଜନସଂଖ୍ୟା ଥିବା ସ୍ଥାନରେ ଖର୍ଚ୍ଚ ଏକ ଲକ୍ଷ ରହିବ । ଅନ୍ୟପଟେ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ପତ୍ର ସହିତ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ ଅଟେ । ପ୍ରଥମଟି ଶିକ୍ଷାଗତ ଯୋଗ୍ୟତା , ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ଇତ୍ୟାଦି । ଗୋଟିଏ ସ୍ତ୍ରୀ ଜୀବିତ ଓ ୨ରୁ ଅଧିକ ପିଲା ନଥିବେ ।ଏନେଇ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.