Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପ୍ରଚାର ଶେଷ ଦିନରେ ସରଗରମ ମାହୋଲ: ମଇଦାନରେ ହେଭିୱେଟ

ଜଗତସିଂହପୁର : ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ସରଗରମ ହୋଇଉଠିଛି ଜଗତସିଂହପୁର ପୋୖରାଞ୍ଚଳ। ବିଗତ ୨୦୧୩ ପୋୖର ନିର୍ବାଚନରେ ଏଠାରେ କଂଗ୍ରେସ ଦଳ ପୌର ପରିଷଦ ଦଖଲ କରି ବାଜିମାତ କରିଥିଲା । ସେ ଦୃଷ୍ଟିରୁ ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ କୌଣସି ପରିସ୍ଥିତିରେ ଏହି ଆସନକୁ ହାତଛଡା କରିବାକୁ ଚାହୁଁନାହିଁ ।

ପୋୖର ପରିଷଦ କୁ ଦଖଲ କରିବାର ଲକ୍ଷ୍ୟ ରଖିଛି। ୨୧ଗୋଟି ୱାର୍ଡ଼ ଏବଂ ୨୫,୫୧୭ ଭୋଟରଙ୍କୁ ନେଇ ଗଠିତ ହୋଇଥିବା ଏହି ପୋୖର ପରିଷଦରେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି। ତେଣୁ ଯେ କୌଣସି ପରିସ୍ଥିତିରେ ଶାସକ ବିଜୁ ଜନତା ଦଳ ଭୋଟରଙ୍କୁ ଆକୃଷ୍ଟ କରି ଅଧ୍ୟକ୍ଷ ପଦବୀ ସହ ସମସ୍ତ ୱାର୍ଡ଼ ରେ ରହିଥିବା ଦଳୀୟ କାଉନସିଲର ପ୍ରାର୍ଥୀଙ୍କୁ  ବିଜୟୀ କରାଇ କ୍ଲିନ ସୁଇପ କରିବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛି ।

ବିଶେଷ କରି କଂଗ୍ରେସ ର ଗଡ଼ ଭାବେ ପରିଚିତ ୫ନଂ ୱାର୍ଡ଼ କୁ ଚଳିତ ନିର୍ବାଚନ ରେ ଅଧିକ ଫୋକସ୍ ଦେଉଛି ବିଜେଡି। ଏହି ୱାର୍ଡ଼ ର ସବୁଠାରୁ ଅବହେଳିତ ଧଡ଼ାସାହିକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେଡ଼ି ନେତ୍ରୀ ତଥା କେନ୍ଦ୍ରାପଡା ର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ।

ତେବେ ଚଳିତ ନିର୍ବାଚନ ରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ପ୍ରଚାରର ମଙ୍ଗ ଧରିଥିବା ବେଳେ ସାଂସଦ ଡ଼ା ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ଭଳି ବହୁ ହେଭିୱେଟ ମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଲାଗିପଡିଛନ୍ତି ।

Leave A Reply

Your email address will not be published.