Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାରକଲା ଓଡିଶା ପରିବାର

ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାରକଲା ଓଡିଶା ପରିବାର । କାମ କରିବାକୁ ସୁନ୍ଦରଗଡରୁ ଆନ୍ଧ୍ରପ୍ରଦେଶ ଯାଇଥିବା ୮ଜଣ ମହିଳାଙ୍କ ସମେତ ୧୧ଜଣ ଶ୍ରମିକଙ୍କୁ ସେଠାରେ ମିଳୁଥିଲା ଅକଥନୀୟ ନିର୍ଯ୍ୟାତନା । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ଓଡିଶା ଫେରାଇ ଆଣିବାକୁ ଓଡିଶା ପରିବାର ନିର୍ଦ୍ଦେଶାଳୟକୁ ପରାମର୍ଶ ଦିଆଯାଇଥିଲା ।

ଏନେଇ ଓଡିଶା ପରିବାରର ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଆନ୍ଧ୍ରପ୍ରଦେଶ ସରକାର, ଶ୍ରମ ଓ କର୍ମଚାରୀ, ରାଜ୍ୟଵୀମା ବିଭାଗ ସହିତ କଥା ହୋଇଥିଲେ । ତେବେ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାରେ ସଫଳ ହୋଇଛି ଓଡିଶା ପରିବା । ଆଜି ସେହି ୧୧ ଜଣ ଶ୍ରମିକ ଭୁବନେଶ୍ଵର ରେଳଷ୍ଟେସନରେ ପହଞ୍ଚିବାପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଅନ୍ୟପଟେ ସେମାନଙ୍କୁ ସୁରକ୍ଷିତ ଓଡିଶା ଫେରାଇ ଆଣିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ପରିବାର ନିର୍ଦେଶାଳୟର ନିର୍ଦେଶକ ଓ ତାଙ୍କ ଟିମ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟଵୀମା ବିଭାଗ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ସେହି ଶ୍ରମିକମାନେ ।

Leave A Reply

Your email address will not be published.