Latest Odisha News

BREAKING NEWS

କରୋନା କବଳରେ ଓଡ଼ିଶାର ବିଧାୟକ: ସପ୍ତାହେ ଭିତରେ ୭-୮ ସଂକ୍ରମିତ

ଭୁବନେଶ୍ୱର: କରୋନାର ସେକେଣ୍ଡ ଓ୍ୱେଭରେ ରାଜ୍ୟରେ ଜଣଙ୍କ ପରେ ଜମେ ନେତା କରୋନା ସଂକ୍ରମିତ ହେଉଛନ୍ତି । କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଛି । ସେହିପରି କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଗତ ସପ୍ତାହେ ଭିତରେ ୭-୮ ଜଣ ବିଧାୟକ ସଂକ୍ରମିତ ହୋଇଛନ୍ତି ।

ଆଠମଲ୍ଲିକ ବିଧାୟକ ରମେଶ ସାଇ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ମନ୍ତ୍ରୀ ପ୍ରତାପ ଜେନା, ବିଧାୟିକା ବାସନ୍ତୀ ହେମ୍ବ୍ରମ୍, ବିଧାୟର ବିଷ୍ଣୁବ୍ରତ ରାଉତରାୟ, ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ସୁବ୍ରତ ତରାଇ, ପ୍ରଫୁଲ୍ଲ ସାମଲ, ରଘୁନାଥ ଗମାଙ୍ଗ ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି । ସମସ୍ତେ ଏବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଇସୋଲେସନରେ ଅଛନ୍ତି । ସମସ୍ତଙ୍କୁ ଦ୍ରୁତ ଆଶୁ ଆରୋଗ୍ୟ କାମନା କରୁଛନ୍ତି ସମର୍ଥକ, ଦଳୀୟ ନେତା ଓ କର୍ମୀ ।

Leave A Reply

Your email address will not be published.