Latest Odisha News

ରାଜ୍ୟରୁ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୬୯

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି । ୧୬୯କୁ ବୃଦ୍ଧି ପାଇଛି ମୋଟ୍ ମୃତ୍ୟୁ ସଂଖ୍ୟା ।

ଗଞ୍ଜାମ ଜିଲ୍ଲାରୁ ଆଉ ୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ୍ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାରେ ଆଉ ୨ ଜୀବନ ନେଇଛି କରୋନା । ମୃତ୍ୟୁବରଣ କଲେଣି ମୋଟ୍ ୨୧ ଭୂତାଣୁ ସଂକ୍ରମିତ ।

ସେହିପରି ଗତ ୨୪ ଘଣ୍ଟାରେ ସୁନ୍ଦରଗଡ, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା।

Leave A Reply

Your email address will not be published.