Latest Odisha News

BREAKING NEWS

ଓଡ଼ିଶାରେ ଘନ କୁହୁଡ଼ି ଆଲର୍ଟ, ଆଡଭାଇଜାରି ଜାରି କଲେ ଏସଆରସି

ଭୁବନେଶ୍ୱର: ଓଡ଼ିଶାରେ ଘନ କୁହୁଡି ଆଲର୍ଟ ଜାରି ପରେ ରବିବାର ଦିନ ଆଡଭାଇଜାରି ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)।

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାରେ ଘନ କୁହୁଡ଼ି ଆଲର୍ଟ ଜାରି କରାଯିବା ପରେ ସମ୍ଭାବ୍ୟ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏସଆରସି ଆଡଭାଇଜାରି ଜାରି କରିଛନ୍ତି ।

ସୂଚନା ଅନୁଯାୟୀ ସଡ଼କ ଦୁର୍ଘଟଣାକୁ ଏଡାଇବା ପାଇଁ ରାଜପଥରେ ଯାନବାହାନ ଚଳାଚଳ ନେଇ ଆଡଭାଇଜାରି ଜାରି ହୋଇଛି। ବୌଦ୍ଧ, ନୟାଗଡ଼, କନ୍ଧମାଳ, ପୁରୀ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।

ତେବେ ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ପୋଲିସ ଏବଂ ପରିବହନ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସଆରସି କହିଛନ୍ତି।

Leave A Reply

Your email address will not be published.