Latest Odisha News

BREAKING NEWS

୪ର୍ଥ ଟେଷ୍ଟରେ ୧୧୦ ବର୍ଷର ରେକର୍ଡ ଭାଙ୍ଗିଲେ ୱାଶିଂଟନ ସୁନ୍ଦର

ବ୍ରିସବେନ୍‌: ଚଳିତ ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟରେ ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତନ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫୪ ରନର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୬୯ ରନ ଜବାବରେ ଭାରତ ୩୩୬ ରନ କରି ଅଲଆଉଟ ହୋଇଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ କୌଣସି ଉଇକେଟ ନ ହରାଇ ୨୧ ରନ କରିଛି । ୱାଶିଂଟନ ସୁନ୍ଦର ୬୨ ଓ ଶାଦ୍ଦୁର୍ଳ ଠାକୁର ୬୭ ରନ କରିଥିଲେ ।
୧୧୦ ବର୍ଷର ରେକର୍ଡ ଭାଙ୍ଗିଲେ ସୁନ୍ଦର: ୱାଶିଂଟନ ସୁନ୍ଦର ୭ମ ଉଇକେଟରେ ବ୍ୟକ୍ତିଗତ ଭାବେ ୬୨ ରନ କରିଥିଲେ । ଅଷ୍ଟ୍ରେଲିଆରେ ୭ମ ଉଇକେଟରେ ବିଦେଶୀ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୧୯୧୧ରେ ଇଂଲଣ୍ଡର ଫ୍ରାଙ୍କ ପୋଷ୍ଟର ୫୬ ରନ କରିଥିଲେ ।

କପିଳ-ପ୍ରଭାକରଙ୍କୁ ଟପିଲେ ସୁନ୍ଦର-ଶାର୍ଦ୍ଦୁଳ: ୭ମ ଉଇକେଟରେ ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର ୧୨୨ ରନ ଯୋଗ କରି ୩୦ ବର୍ଷ ତଳର ମନୋଜ ପ୍ରଭାକର-କପିଳଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । ୧୯୯୧ରେ ଉଭୟ ୫୮ ରନ ଯୋଗ କରିଥିଲେ ।
ପଦାର୍ପଣରେ ୫୦ ରନ ୩ ଉଇକେଟ ନେବାରେ ତୃତୀୟ ଖେଳାଳି: ୱାଶିଂଟନ ସୁନ୍ଦର ପଦାର୍ପଣ ମ୍ୟାଚରେ ୫୦ରୁ ଊର୍ଦ୍ଧ୍ୱ ରନ ଓ ୩ ଉଇକେଟ ନେବାରେ ତୃତୀୟ ଖେଳାଳି ପାଲଟିଛନ୍ତି । ଦତୁ ଫାଡେକର ୧୯୪୭ରେ ୫୧ ରନ ଓ ୩ ଉଇକେଟ ନେଇଥିଲେ । ହନୁମା ବିହାରୀ ମଧ୍ୟ ୫୦ ରନ ଓ ୩ ଉଇକେଟ ହାସଲ କରିଥିଲେ ।
୩୮ ବର୍ଷ ପରେ ୭ମ, ୮ମ ସ୍ଥାନର ଖେଳାଳିଙ୍କ ଅର୍ଦ୍ଧଶତକ: ୩୮ ବର୍ଷ ପରେ ଭାରତର ୭ମ ଏବଂ ୮ମ ସ୍ଥାନରେ ବ୍ୟାଟିଂ କରୁଥିବା ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ସୁନ୍ଦର (୬୨) ଓ ଶାର୍ଦ୍ଦୁଳ ୬୭ ରନ କରିଥିଲେ । ୧୯୮୨ରେ ସନ୍ଦୀପ ପାଟିଲ (୧୨୯ ନଟଆଉଟ) ଓ କପିଳ ଦେବ (୬୫) ମାେଂଚଷ୍ଟରରେ ଅର୍ଦ୍ଧଶତକ ହାସଲ କରିଥିଲେ ।

Leave A Reply

Your email address will not be published.