Latest Odisha News

BREAKING NEWS

କିଙ୍ଗ କୋହଲିଙ୍କୁ ବିଶ୍ରାମ

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ବିଜୟ ହାସଲ କରି ଭାରତ ଗୋଟିଏ ମ୍ୟାଚରେ ହାତରେ ଥାଇ ଆଗୁଆ ସିରିଜ ଜିତି ନେଇଛି । ମଙ୍ଗଳବାର ଅନ୍ତିମ ମୁକାବିଲା ଇନ୍ଦୋରରେ ଖେଳାଯିବ । ଏହି ମ୍ୟାଚ ପାଇଁ କିଙ୍ଗ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ପରିବାରକୁ ଭେଟିବା ପାଇଁ କୋହଲି ମୁମ୍ବାଇ ପଳାଇ ଆସିଛନ୍ତି । ଚଳିତ ମାସରେ ଟି୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବ । ଏହାକୁ ଦେଖି ଟିମ ଇଣ୍ଡିଆ କୋହଲିଙ୍କୁ ବିଶ୍ରାମ ଦେଇଛି । ରିପୋର୍ଟ ମୁତାବକ ତାଙ୍କ ସ୍ଥାନରେ ଶ୍ରେୟାଶ ଆୟାରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେହିପରି ଦୀନେଶ କାର୍ତିକଙ୍କ ବଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ । ଟି୨୦ ବିଶ୍ୱକପରେ କାର୍ତିକ ୱିକେଟକିପର ଭାବେ ବିସିସିଆଇର ପ୍ରଥମ ପସନ୍ଦ ରହିଛନ୍ତି ।

ପୂର୍ବରୁ ୱେଷ୍ଟଇଣ୍ଡିଜ ଗସ୍ତରେ ମଧ୍ୟ କୋହଲିଙ୍କୁ ବିଶ୍ରାମ ପ୍ରଦାନ କରାଯାଇଥିଲା । ପାଖାପାଖି ୩ ବର୍ଷ ଖରାପ ଫର୍ମରେ ରହିବା ପରେ କୋହଲି ମାସେ ବିଶ୍ରାମ ନେଇଥିଲେ । ଏହା ପରେ ଏସିଆ କପରେ ଫର୍ମକୁ ଫେରିଥିଲେ । ୧୦୨୦ ଦିନ ପରେ ସେ ଶତକ ମାରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.