Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ପିଏଚ୍ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ । ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ରହିଛି । ଏକକାଳୀନ ୬ଟି ସ୍ଥାନରେ ନିଜର ଓ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି । ଭୁବନେଶ୍ବରରେ ଅଫିସ ସମେତ ୪ଟି ସ୍ଥାନ , ଭିଏସଏସ ନଗରରେ ଥିବା ୨ଟି ପ୍ଲଟ୍ , ରୁଦ୍ରପୁର ଆସୋଟେକ ପ୍ରାଇଡରେ ଥିବା ଘର, ଭଦ୍ରକ ମଠସାହିରେ ଥିବା ବିଲ୍ଡିଂ ଓ ତୋରଣପଡାସ୍ଥିତ ପୈତୃକ ଘର  ମଧ୍ୟ ରେଡ୍ ଚାଲିଛି ।

ଭିଏସ୍ଏସନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଛାପା ମାରୁଛି ଭିଜିଲାନ୍ସ । ଉନ୍ନତି ଭବନରେ ଥିବା EIC ଙ୍କ ଅଫିସ ଭିତରେ ବି ରେଡ଼ ଚାଲିଛି । ୭ ଡିଏସପିଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ାଉରେ ସାମିଲ ହୋଇଛନ୍ତି  । ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇଛି । ଦୁର୍ନୀତିଗସ୍ତ ଅଫିସର ଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଉଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.