Latest Odisha News

BREAKING NEWS

ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ଭୁବନେଶ୍ଵର: ମହିଳା ମାନଙ୍କର ମେକଅପ୍ ଜିନିଷ କହିଲେ ପ୍ରଥମେ ନଜରରେ ପଡିଥାଏ ଲିପଷ୍ଟିକ । ଲିପଷ୍ଟିକ ବିନା ମହିଳା ମାନଙ୍କର ମେକଅପ ସମ୍ପୂର୍ଣ୍ଣ ହୁଏନି । ଅନ୍ୟ ମେକଅପ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି । କାରଣ ଲିପଷ୍ଟିକ ବିନା ମେକଅପ ସମ୍ପୁର୍ଣ୍ଣ ଫିକା ଲାଗେ । କିଛି ମହିଳା ଅନ୍ୟ କୌଣସି ମେକଅପ ସାମଗ୍ରୀ ବ୍ୟବହାର କରନ୍ତୁ ବା ନକରନ୍ତୁ କିନ୍ତୁ ଲିପଷ୍ଟିକ ଲଗାଇବା ପାଇଁ ଭୁଲନ୍ତି ନାହିଁ ।

କ’ଣ ଆପଣ ଜାଣନ୍ତି କି ଲିପଷ୍ଟିକରେ ସୀସାର ବ୍ୟବହାର ପ୍ରଚୁର ପରିମାଣରେ ହୋଇଥାଏ, ଯାହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ଏଥଯୋଗୁଁ ଆପଣଙ୍କ ମୁଲାୟମ ଓଠ ଶୁଖିଲା ବି ହୋଇଯାଇପାରେ । ଯଦି ଆପଣ ବି ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି ତେବେ ଏହାର କୁପ୍ରଭାବ ବିଷୟରେ ମଧ୍ୟ ଜାଣିରଖନ୍ତୁ ।

ଲିପଷ୍ଟିକ ତିଆରିବେଳେ ବ୍ୟବହୃତ ହେଉଥିବା କେମିକାଲ କର୍କଟ ପରି ମାରାତ୍ମକ ରୋଗର ଆଶଙ୍କା ଉପୁଜାଇଥାଏ । କେବଳ ଏତିକି ନୁହଁ ଲିପଷ୍ଟିକ ଶରୀର ଭିତରକୁ ଯାଇ ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ କମ କରିଦିଏ । ଲିପଷ୍ଟିକ ତିଆରି ବେଳେ ସୀସା, କ୍ୟାଡମିୟକ, କ୍ରୋମିୟମ, ଓ ଆଲୁମିନିୟମ ପରି ଧାତୁର ବ୍ୟହାର କରାଯାଏ, ଯାହ ଭୟଙ୍କର ରୋଗ ପାଇଁ ଦାୟୀ ଅଟେ । କେବଳ ଏତିକି ନୁହେଁ ଲିପଷ୍ଟିକ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ପୁରା ଖରାପ କରିଦେବାର ମଧ୍ୟ ସମ୍ଭାବନା ଥାଏ । ଏଥିରେ ଅଧିକ ମାତ୍ରାରେ କ୍ୟାଡମିୟମ ଥିବା ଯୋଗୁଁ ବୃକକ ଉପରେ ଅଧିକ କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ ।

ଲିପଷ୍ଟିକ ବ୍ୟହାର କରିବା ଦ୍ୱାରା ଏଥିରେ ଥିବା କେମିକାଲ ଆପଣଙ୍କ ତ୍ୱାଚାକୁ କ୍ଷତି ପହଞ୍ଚାଇଥାଏ । ଏଥିରେ ବ୍ୟହୃତ ହୋଇଥିବା ମିନେରାଲ ତେଲ ତ୍ୱଚାର ଛିଦ୍ରକୁ ବନ୍ଦ କରିଦିଏ । ଲିପଷ୍ଟିକରେ ଭାରି ମାତ୍ରାରେ ମାଗ୍ନେସିୟମ ଥାଏ । ସବୁବେଳେ ଏହାର ବ୍ୟବହାର କରିବା ଯୋଗୁଁ ଅଧିକ ମାତ୍ରାରେ ମାଗ୍ନେସିୟମ ଶରୀର ଭିତରକୁ ଯିବା ଦ୍ଵାରା ଆପଣଙ୍କୁ ସ୍ନାୟବିକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ ।

Leave A Reply

Your email address will not be published.