Latest Odisha News

BREAKING NEWS

ମେଘାଳୟକୁ ଶୋଚନୀୟ ଭାବେ ପରାସ୍ତ କଲା ଓଡିଶା

ଶିଲଂ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଏକ ଇନିଂସ ଓ ୫୬ ରନରେ ମେଘାଳୟକୁ ପରାସ୍ତ କରିଛି । ମେଘାଳୟ ପ୍ରଥମେ ବ୍ୟାଟିଂ କରି ୧୯୮ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଓଡିଶା ଗୋବିନ୍ଦ ପୋଦ୍ଦାର ଓ ରାଜେଶ ଧୂପରଙ୍କ ଆକର୍ଷଣୀୟ ଶତକ ବଳରେ ୭ ୱିକେଟ ବିନିମୟରେ ୫୪୮ ରନ କରି ଇନିଂସ ଘୋଷଣା କରିଥିଲା । ଦ୍ୱିତୀୟ ଇନିଂସରେ ମେଘାଳୟ ୨୯୪ ରନ କରିବାକୁ ସକ୍ଷମ ହୋଇଥିଲା । ସୁମିତ କୁମାର ୫୧ ଓ ଯଶକୀରଟ ସିଂ ସଚଦେବା ୮୨ ରନ କରଥିଲେ । ଓଡିଶା ପକ୍ଷରୁ ସୁନୀଲ ରାଉଳ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରାଜେଶ ମହାନ୍ତି ୩ଟି ୱିକେଟ ନେଇଥିଲେ । ଓଡିଶା ଏହି ମ୍ୟାଚରେ ୮ଜଣ ବୋଲରଙ୍କୁ ନିୟୋଜିତ କରିଥିଲା ।

ପଦାର୍ପଣ ମ୍ୟାଚରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ତାପସ ଦାସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଓଡିଶା ଏହି ବିଜୟ ସହ ୬ ମ୍ୟାଚରୁ ୧୭ ପଂଏଟ ହାସଲ କରି ୪ର୍ଥ ସ୍ଥାନରେ ରହିଛି । ମେଘାଳୟ ୬ଟି ମ୍ୟାଚରୁ ୦ ପଂଏଟ ସହ ୮ମ ସ୍ଥାନରେ ରହିଛି । ଜମ୍ମୁ ଏବଂ କଶ୍ମୀର ୬ ମ୍ୟାଚରୁ ୨୯ ପଂଏଟ ସହ ଏଲିଟ ଗ୍ରୁପ ଏରେ ଶୀର୍ଷ ସ୍ଥାନ ବଜାୟ ରଖିଛି । କଟକରେ ଓଡିଶା ତାର ପରବର୍ତୀ ମ୍ୟାଚରେ ସର୍ଭିସେସକୁ ଭେଟିବ । ଏହା ଜାନୁୟାରୀ ୩୦ରୁ ଆରମ୍ଭ ହେବ ।

Comments are closed.