Latest Odisha News

BREAKING NEWS

କେନ୍ଦ୍ରାପଡ଼ାର ଗହୀରମଥାରେ ପହଞ୍ଚିଲେ ଅଲିଭ୍ ରିଡ଼ଲେ କଇଁଛ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଉପକୂଳରେ ବିରଳ ଅଲିଭ୍ ରିଡ଼ଲେ କଇଁଛ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚିଛନ୍ତି । ପ୍ରତିବର୍ଷ ନଭେମ୍ବର ଓ ଡ଼ିସେମ୍ବର ମାସ ବେଳକୁ ଓଡ଼ିଶାର ଋଷିକୂଲ୍ୟା ଓ ଗହୀରମଥା ଉପକୂଳକୁ ପ୍ରଜନନ ଓ ଅଣ୍ଡାଦେବାକୁ ଏହି ଅଲିଭ୍ ରିଡ଼ଲେ କଇଁଛ ଆସିଥାଆନ୍ତି ।

ଏହି କଇଁଛ ଏବେ ଗହୀରମଥାରେ ବହୁ ପରିମାଣରେ ପହଁଚିବା ପରେ ବନବିଭାଗ ପକ୍ଷରୁ ଏହି ବିରଳ ଜଳଚର ପ୍ରାଣୀଙ୍କ ସୁରକ୍ଷା ଲାଗି ତପôରତା ପ୍ରକାଶ ପାଇଛି ।

ରାଜ୍ୟ ସରକାରଙ୍କ ବନବିଭାଗ, ତଟରକ୍ଷୀ ବାହିନୀ ତଥା ସାମୁଦ୍ରିକ ଥାନା ପକ୍ଷରୁ ସମୁଦ୍ର ଏବଂ ଜଳପଥରେ ବୋଟ୍ ମାଧ୍ୟମରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ସମୟ ମଧ୍ୟରେ ବାବୁବାଲି, ଅଗରନାଶି ଏବଂ ଏହାର ଆଖପାଖ ସମୁଦ୍ରତଟବର୍ତ୍ତୀ ବାଲିପଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହିସବୁ ସ୍ଥାନଗୁଡ଼ିକରେ ଏବେ ମାଛଧରା ଡ଼ଙ୍ଗା, ଟ୍ରଲର୍ ତଥା ଲଂଚ୍ ଚଳାଚଳ ଉପରେ କଟକଣା କରାଯାଇଛି ।

ଏହି କଇଁଛଗୁଡ଼ିକ ହଜାର ହଜାର ସଂଖ୍ୟାରେ ଗହୀରମଥାର ବାଲିପଠାରେ ପ୍ରଜନନ ଏବଂ ଅଣ୍ଡାଦେବା ଲାଗି ଉପଯୁକ୍ତ ସ୍ଥାନ ବାଛି ସାରିଲେଣି । ଏହି କଇଁଛଗୁଡ଼ିକର ସୁରକ୍ଷା ଲାଗି ବନବିଭାଗ ତରଫରୁ ୧୬ଟି କ୍ୟାମ୍ପ କରାଯିବା ସହିତ ଆବଶ୍ୟକୀୟ କର୍ମଚାରୀମାନଙ୍କୁ ମୂତୟନ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ୧୯୯୭ ମସିହାରେ ସରକାର କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଗହୀରମଥା ଅଞ୍ଚଳକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ ।

Leave A Reply

Your email address will not be published.