Latest Odisha News

BREAKING NEWS

ସଚିନଙ୍କୁ ଭେଟିଲେ ରୌପ୍ୟ ବିଜୟନୀ ମୀରାବାଇ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତୋଳିକା ମୀରାବାଇ ଚାନୁ ଆଜି କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି । ସେ ଏହି ସାକ୍ଷାତର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଯାହାକି କ୍ରୀଡାପ୍ରେମୀଙ୍କୁ ବେଶ ପସନ୍ଦ ଆସିଛି । ସଚିନ ସାରଙ୍କୁ ଭେଟିବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ଏହି ମହିଳା ୱେଟଲିଫ୍ଟରଜଣକ କହିଛନ୍ତି ।

BjdElectrycity

ସଚିନଙ୍କ ପ୍ରେରଣା ମୋର ମନୋବଳ ବଢ଼ାଇଛି ବୋଲି ମୀରାବାଇ କହିଛନ୍ତି । ସଚିନ ତାଙ୍କୁ କହିଥିଲେ, ତୁମେ ଅନ୍ୟମାନଙ୍କ ହୃଦୟରେ ପ୍ରଦର୍ଶନ ମାଧ୍ୟମରେ ସ୍ଥାନ ସୃଷ୍ଟି କରିଛ, ଆଗକୁ ଏହା ବଜାୟ ରଖିବ ବୋଲି ମୋର ଆଶା ।

Leave A Reply

Your email address will not be published.