Latest Odisha News

ବିନା କଟ ଆଉ ଏ ସାର୍ଟିଫିକେଟରେ ପାସ ହେଲା ଓଏମଜି ୨

ମୁମ୍ବାଇ: ଓଏମଜି ୨ ରିଲିଜକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରିପୋର୍ଟ ମୁତାବକ ଓଏମଜି ୨କୁ ସେନ୍ସର ବୋର୍ଡ ବିନା କଟ ଓ ଏ ସାର୍ଟିଫିକେଟରେ ପାସ କରାଇଛି । ଅଧିକାରୀମାନେ ଅନେକ ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକା କରୁଥିବା ବେଳେ ପଙ୍କଜ ତ୍ରିପାଠୀ ଓ ୟାମି ଗୌତମ ଗୁରୁତ୍ୱପୂର୍ଣ୍ଣ ରୋଲ କରୁଛନ୍ତି । ପୂର୍ବ ନିର୍ଦ୍ଧାରିତ ଅଗଷ୍ଟ ୧୧ ତାରିଖରେ ଏହା ରିଲିଜ ହେବ ବୋଲି ଆଶା କରାଯାଉଛି । ଫିଲ୍ମରେ କେତେକ ଦୃଶ୍ୟ, ଡାଏଲଗ୍ସ ଓ ଚରିତ୍ରକୁ ଏଡିଟ କରି ଦିଆଯାଇଛି । ଏହା ଏବେ ୨ ଘଂଟା ୩୬ ମିନିଟ ସମୟ ସହ ଏ ସାର୍ଟିଫିକେଟରେ ରିଲିଜ ହେବ । ଯଦି ଏହା ହୁଏ ତେବେ ଗଦର ୨ ଓ ଓଏମଜି ୨ ମୁହାଁମୁହିଁ ହେବେ ।

BjdElectrycity

ମେକର୍ସ ଏବେ ଷ୍ଟାରଙ୍କୁ ନେଇ ଫିଲ୍ମର ପ୍ରମୋଶନ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି । ଓଏମଜି ୨ର ନିର୍ମାତା ଫିଲ୍ମ ପାଇଁ ୟୁ/ଏ ସାର୍ଟିଫିକେଟ ନେଇ ଲଢ଼ୁଥିଲେ । ସୂଚନାଯୋଗ୍ୟ, ଓଏମଜିର ପ୍ରଥମ ସଂସ୍କରଣକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏଥିରେ ଅକ୍ଷୟ ଭଗବାନ ଶ୍ରୀକୃଷ୍ଣ ଓ ପରେଶ ରାୱଲ ଏକ ନାସ୍ତିକ ଭୂମିକା କରିଥିଲେ ।

Leave A Reply

Your email address will not be published.