Latest Odisha News

BREAKING NEWS

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ, ଭାରତ ପାଇଁ ‘କର ବା ମର’ ପରିସ୍ଥିତି

ନୂଆଦିଲ୍ଲୀ: ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ । ଉଭୟ ଦଳ ପାଇଁ କର ବା ମର ସ୍ଥିତି । ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ରେ ବରାବର ରହିଛି । ଦ୍ୱିତୀୟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିନା ମଇଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ ।

ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଟିମର ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଯାହା ଭାରତର ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛି । ଏପରି ସ୍ଥିତିରେ ଶେଷ ମ୍ୟାଚରେ ଟିମକୁ ଫେରିପାରନ୍ତି ରୋହିତ ଓ ବିରାଟ । ଭାରତର ବ୍ୟାଟିଂ କ୍ରମରେ ଈଶାନ୍ କିଶନଙ୍କୁ ଛାଡ଼ିଦେଲେ ବାକି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି । ବୋଲିଂରେ ଚାଇନାମ୍ୟାନ୍ କୁଲଦୀପ ଯାଦବ ଭଲ ବୋଲିଂ କରିଛନ୍ତି । ଅନ୍ୟପଟେ ୱେଷ୍ଟଇଣ୍ଡିଜର ବୋଲିଂ ଆଟାକ୍ ଭାରତ ତୁଳନାରେ ମଜଭୁତ ଲାଗୁଛି । ଯଦିଓ ପ୍ରଥମ ମ୍ୟାଚରେ ଦଳର ବ୍ୟାଟିଂକ୍ରମ ଭୁଶୁଡ଼ି ପଡ଼ିଥିଲା, କିନ୍ତୁ ଦ୍ୱିତୀୟ ମୁକାବିଲାରେ ଅଧିନାୟକ ଶାଇ ହୋପଙ୍କ ଦମରେ ବିଜୟ ହାସଲ କରିଥିଲା । ଶେଷ ମ୍ୟାଚ୍ ଜିତି ୱେଷ୍ଟଇଣ୍ଡିଜ୍ ୧୭ ବର୍ଷର ରେକର୍ଡ ଭାଙ୍ଗିବାକୁ ପ୍ରୟାସ କରିବ ।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଋତୁରାଜ ଗାଏକ୍ବାଡ/ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ/ସଂଜୁ ସାମସନ, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, ଜୟଦେବ ଉନାଦକଟ, ମୁକେଶ କୁମାର, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ।

ଟିମ୍‌ ୱେଷ୍ଟଇଣ୍ଡିଜ : ସାଇ ହୋପ (ଅଧିନାୟକ), ରୋଭମନ ପାୱେଲ, ଆଲିକ ଅଥାନାଜ, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ସିମ୍ରନ ହେଟମାୟର, ରୋମାରିଓ ସେଫର୍ଡ, ୟାନିକ କାରିଆ, ଅଲ୍ଜାରି ଯୋଶେଫ, ଗୁଡ଼କେଶ ମୋତି, ଜୟଦେନ ସିଲ୍ସ।

 

 

Leave A Reply

Your email address will not be published.