Latest Odisha News

BREAKING NEWS

ଆଉ ନାହାଁନ୍ତି ଟେଲି ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ୱର : ପୁଣି ଓଡ଼ିଆ ଅଭିନୟ ଜଗତ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଉ ନାହାଁନ୍ତି ଧାରାବାହିକ ଅଭିନେତା ସୋମାଦତ୍ତ  । ହୃତଘାତରେ ମୃତ୍ୟ ହୋଇଥିବା ଖବର ମିଳିଛି  । ମୃତ୍ୟୁ ବେଳକୁ  ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ସହିଦ୍‌ନଗର ବାସଭବନରେ ତାଙ୍କର ପରଲୋକ ହୋଇଛି । ସୋମଦତ୍ତଙ୍କ ବିୟୋଗରେ ବହୁ ଓଡ଼ିଆ ଅଭିନେତା ଓ କଳାକାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି  । ଏନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ସିରିୟଲ ଜଗତରେ ଲିଟୁ ଭାଇ ନାମରେ ସେ ବେଶ ଜଣାଶୁଣା ଥିଲେ। ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ସୋମଦତ୍ତ ଦାସ। ଓଡ଼ିଆ ସିରିଏଲ୍, ଆଲବମ୍ କରି ଘରେ ଘରେ ପରିଚିତ ଥିଲେ  । ଏଥିସହ ବହୁ ଚଳଚ୍ଚିତ୍ରରେ ମଧ୍ୟ କାମ  କରିଛନ୍ତି ଲିଟୁ । ସୋମଦତ୍ତ ଅଭିନୟ କରିଥିବା ସିରିୟଲ ଗୁଡ଼ିକ ହେଲା ସିନ୍ଦୂର ବିନ୍ଦୁ,ଦାମିନି ସିରିଏଲ  । ଏହା ଅଜବ ସଞ୍ଜୁର ଗଜବ ଲଭ୍ ସିନେମା କରିଛନ୍ତି । ନେଗେଟିଭ ଓ ପଜେଟିଭ ଅଭିନୟ ବେଶ୍‌ ମାହିର୍‌ ଥିଲେ ଲିଟୁ  । ଜଣେ ଦକ୍ଷ କଳାକାରଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି  ।

Leave A Reply

Your email address will not be published.