Latest Odisha News

ଭାରସାମ୍ୟ ହରାଇ ଓଲଟିଲା କାର , ଡ୍ରାଇଭର ମୃତ, ୨ଗୁରୁତର

ପାରାଦୀପ : ପାରାଦୀପରେ ମର୍ମନ୍ତୁଦ ଦୁର୍ଘଟଣା । ପାରାଦୀପ ଗଡଚୁନ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ କାର ଓଲଟି ପଡିିଛି ।ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଛି । ଗାଡିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ପ୍ରଥମେ ଅଠରବାଙ୍କୀ ଓ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ପାରଦୀପ ପଟୁ ମାରୁତି ଗାଡି ଚଣ୍ଡିଖୋଲ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ବେଳେ , ପାରାଦୀପ ଲକ ଥାନା ଚୂନା ଗଡା ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ି ଯାଇ ରାସ୍ତା ଉପରେ ଓଲଟି ପଡିଥିଲା ।ଫଳରେ ଏପରି ଦୁର୍ଘଟଣା ହୋଇଥିଲା । ସ୍ଥାନୀୟ ଲୋକମାନେ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ହେଲେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିାଁ ଲକ ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.