Latest Odisha News

BREAKING NEWS

ସୋରୋ ବସ୍ ଦୁର୍ଘଟଣା ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର : ବାଲେଶ୍ବର ସୋରରେ ମର୍ମନ୍ତୁଦ ଦୁର୍ଘଟଣା । ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଥିବା ୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛଝନ୍ତି ।

ଏଥିସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡ଼ା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଉଦଳାରୁ ଭୁବନେଶ୍ବର ଆସୁଥିବା ବେଳେ, ଶାନ୍ତିଲତା ନାମକ ଘରୋଇ ବସକୁ ସୋର ବିଦୁ ଛକରେ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ୍ ।

Comments are closed, but trackbacks and pingbacks are open.