Latest Odisha News

ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା: ଗିରଫ ସଂଖ୍ୟା ୧୧୩ କୁ ବୃଦ୍ଧି

ଯାଜପୁର: ଯାଜପୁର ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ହୋଇଥିବା ହିଂସା ଘଟଣାରେ ଏଯାଏଁ ୧୧୩ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି । ଗତ ୨୧ ତାରିଖରେ ୬୯ ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂଖ୍ୟା ୯୮ରେ ପହଞ୍ଚିଥିଲା । ପୁଣି ଆଜି ଆଉ୧୫ ଜଣଙ୍କୁ ଗିରଫ କରିବା ପରେ ଏହି ସଂଖ୍ୟା ୧୧୩ରେ ପହଞ୍ଚିଛି ।

ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ସାମ୍ବାଦିକ ଓ ବିଡିଓଙ୍କୁ ଆକ୍ରମଣ ହେବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

Comments are closed, but trackbacks and pingbacks are open.