Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନକଲି ଠକ ଡାକ୍ତରଙ୍କ ଖୋଲୁଛି ଗୁମର: ୨୧ରୁ ଅଧିକ ବିବାହ ନେଇ ଭଉଣୀ ବି ସାମିଲ

ଢେଙ୍କାନାଳ: ନକଲି ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ଏକାଧିକ ପତ୍ନୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କୁ ଠକେଇ ପଛରେ ରହିଛି ଜଣେ ମହିଳାଙ୍କ ସଂପୃକ୍ତି । ସେହି ସଂପୃକ୍ତ ମହିଳା ଜଣଙ୍କ ରମେଶ ଭଉଣୀ ରଶ୍ମିତା ବେହେରା ବୋଲି ଜଣାପଡିଛି ।  କେନ୍ଦ୍ରାପଡାରେ ରେଡ ପରେ ଏହି ମହିଳାଙ୍କୁ ଭୁବନେଶ୍ୱର ଉଠାଇ ଆଣିଛି ପୁଲିସ ।

ରମେଶ ବିରୋଧରେ ଅଭିଯୋଗ ତାଲିକା ଲମ୍ବିବାରେ ଲାଗିଛି । ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଢେଙ୍କାନାଳରେ ରହିଛି ଦୀର୍ଘ ୨୦ ବର୍ଷର ବିଶାଳକାୟ ସାମ୍ରାଜ୍ୟ । କାମାକ୍ଷାନଗରରେ ଜାଗା କିଣି ଘର ତିଆରି କରିଥିଲେ ରମେଶ । କେବଳ ସେତିକି ନୁହେଁ ନିଜକୁ ଡାକ୍ତରର ପରିଚୟ ଦେଇ ଖେଳିଥିଲେ ଅନେକ ନିରୀହ ରୋଗୀଙ୍କ ଜୀବନ ସହ ଖେଳ ।

ଭୁଲ ଚିକିତ୍ସା ପାଇଁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୧୯୯୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ଡାକ୍ତର ନହୋଇ ବି କାମାକ୍ଷାନଗରରେ ଚଳାଇଥିଲେ ବେଆଇନ କ୍ଲିନିକ ।

ବାବୁଙ୍କର ପଢ଼ା କମ କିନ୍ତୁ ମଉଜ ଅଧିକ । କଙ୍କଡାହାଡ଼ରୁ ବେଆଇନ ଭାବେ କାଠ ଚାଲାଣ କରୁଥିଲେ ରମେଶ । ସବୁଠାରୁ ରୋଚକ ତଥ୍ୟ ହେଉଛି ଯେ କାମାକ୍ଷାନଗରରେ ଥିବା ସ୍ତ୍ରୀ ଜଣଙ୍କ ୨୦୦୦ ମସିହାରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ରମେଶ ଯେଉଁ ଅଞ୍ଚଳକୁ ଯାଉଥିଲେ ସେଇଠାରେ ରଖିଥିଲେ ଗୋଟିଏ ଗୋଟିଏ ସ୍ତ୍ରୀ ।

ଏବେ କମିଶନରେଟ ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ ୫ ଦିନିଆ ରିମାଣ୍ଡରେ ନେଇ ସାଂଘାତିକ ତଥ୍ୟର ଗୁମର ଖୋଲିବାକୁ ଯାଉଛି ।

 

Comments are closed, but trackbacks and pingbacks are open.