Latest Odisha News

BREAKING NEWS

ଲେଖକ ଭାବେ କ୍ୟାରିୟର ଆରମ୍ଭ କରିବେ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଖୁବ୍ ଶୀଘ୍ର ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ଅଭିନୟ ବଦଳରେ ରାଇଟିଂକୁ ଗୁରୁତ୍ୱ ଦେଇଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଏକ ୱେବ ସିରିଜରେ ସେ ରାଇଟର ଭାବେ କ୍ୟାରିୟର ଆରମ୍ଭ କରିବେ । ନିକଟରେ ସଦର୍ଣ୍ଣ କାଲିଫୋର୍ଣ୍ଣିଆ ୟୁନିଭରସିଟିରେ ଗ୍ରାଜୁଏଶନ ସମ୍ପୂର୍ଣ୍ଣ କରିଛନ୍ତି । ଏହା ବ୍ୟତୀତ ସେ ଆର୍ଟ୍ସ, ସିନେମ୍ୟାଟିକ ଆର୍ଟ୍ସସ, ଫିଲ୍ମ ଏବଂ ଟେଲିଭିଜନ ପ୍ରଡକ୍ସନ କୋର୍ସରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି ।

ଆର୍ଯ୍ୟନଙ୍କ ଷ୍ଟୋରୀ ଉପରେ ଆଧାରିତ ୱେବସିରିଜକୁ ପିତା ଶାହାରୁଖଙ୍କ କମ୍ପାନୀ ରେଡ ଚିଲିଜ ଏଂଟରଟେନମେଂଟ ନିର୍ମାଣ କରିବ । ଆର୍ଯ୍ୟନଙ୍କୁ ଏହି କର୍ଯ୍ୟରେ ବିଲାଲ ସିଦ୍ଦିକ ସହଯୋଗ କରିବେ । ଚଳିତ ବର୍ଷ ଏହି ୱେବସିରିଜ ଫ୍ଲୋରକୁ ଯିବ । କିଛି ଦିନ ତଳେ ଡ୍ରଗ୍ସ ପାର୍ଟିରେ ଯୋଗଦେଇ ଆର୍ଯ୍ୟନ ଫସିଥିଲେ । ଏପରିକି ତାଙ୍କୁ ହାଜତରେ ଦିନ କାଟିବାକୁ ପଡିଥିଲା ।

Comments are closed, but trackbacks and pingbacks are open.