Latest Odisha News

BREAKING NEWS

ପ୍ରଥମ ‘ଜିଏସଟି କାଲକୁଲେଟର’ ଏବେ ବଜାରରେ ଉପଲବ୍ଧ

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ପ୍ରଥମ ‘ଜିଏସଟି କାଲକୁଲେଟର’ । ଦୋକାନୀ ଏବଂ ବ୍ୟବସାୟୀଙ୍କ ମାନୁଆଲ ଇନଭଏସିଂ କରିବାର ଏକମାତ୍ର ସମାଧାନ ରୂପେ ସହାୟକ ହେବ ।

ବିଗତ ବର୍ଷ ଦେଶରେ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କର(ଜିଏସଟି) ହିସାବ ପାଇଁ ଲୋକମାନେ ଅଳ୍ପବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେଥିପାଇଁ କ୍ୟାସିଓ ଇଣ୍ଡିଆ ପକ୍ଷରୁ ଏକ ସର୍ବେକ୍ଷଣ ପରେ ଭାରତୀୟ ବଜାରରେ ଦେଶର ପ୍ରଥମ ଜିଏସଟି କାଲକୁଲେଟରକୁ ଲଞ୍ଚ କରାଯାଇଛି ।

 

ଏମଜେ-୧୨୦ ଜିଏସଟି ଓ ଏମଜେ-୧୨ ଜିଏସଟି ନାମକ ୨ଟି କାଲକୁଲେଟରକୁ ବଜାରକୁ ଛାଡିଛି । ଏହି ୨ଟି କାଲକୁଲେଟରରେ ସମସ୍ତ ୫ଟି ସ୍ଲାବ୍ ୦, ୫, ୧୨, ୧୮ ଏବଂ ୨୮ ଇନ୍ ବିଲ୍ଟ ରହିଛି ।

ଜିଏସଟି+୦, ଜିଏସଟି+୧, ଜିଏସଟି+୨, ଜିଏସଟି+୩ ଏବଂ ଜିଏସଟି+୪ ଭଳି ବଟନ୍ ରହିଛି ଏହି କାଲକୁଲେଟରରେ । ଯାହାକୁ ବ୍ୟବହାର କରି ଉପଭୋକ୍ତାମାନେ ଭିନ୍ନଭିନ୍ନ ସ୍ଲାବର ହିସାବ କରିପାରିବେ ।

ଏହି ଜିଏସଟି ସ୍ଲାବର ବ୍ୟବହାର ପାଇଁ ଭିନ୍ନଭିନ୍ନ ବଟନ୍ ରହିଛି, ଯାହାକୁ କ୍ଲିକ୍ କରି ଅଳ୍ପ ସମୟ ମଧ୍ୟରେ ସମସ୍ତ ପ୍ରକାର ଇନଭଏସ୍ ବନାଇ ପାରିବେ । ଏହାକୁ ଗ୍ରାହକମାନେ ସମସ୍ତ ପ୍ରମୁଖ ଷ୍ଟେସନାରୀ ଦୋକାନରୁ ସହଜରେ ପାଇପାରିବେ । ଏହାର ବଜାର ମୂଲ୍ୟ ୩୯୫ ଟଙ୍କାରୁ ଆରମ୍ଭ ।

Leave A Reply

Your email address will not be published.