Latest Odisha News

BREAKING NEWS

ରଜ ଭିଡ଼ରେ ଛୋଟ ଛୁଆକୁ ଟାର୍ଗେଟ୍, ବେକରୁ କାଟିନେଲେ ସୁନା ଲକେଟ୍

ଭୁବନେଶ୍ୱର: ରଜ ଭିଡରେ ମାତିଛନ୍ତି ଲୁଟେରା। ସଜବାଜର ମଉକା ଦେଖି ଲୁଟି ନେଉଛନ୍ତି ଗହଣା। ଗହଳି ସ୍ଥାନାରେ ଜମାଇଛନ୍ତି ଭିଡ। ଗ୍ୟାଙ୍ଗ ହୋଇ ଧ୍ୟ୍ୟାନ ଭଟକାଇ ଲୁଟୁଛନ୍ତି ଅଳଙ୍କାର। ମାର୍କେଟ ବିଲଡିଂରେ ଦେଖିବାକୁ ମିଳିଛି ଏମିତି ଘଟଣା। ଜଣେ ଛୋଟ ଛୁଆ ଆଇସକ୍ରିମ ଖାଉଥିବା ବେଳେ ତା’ ବେକରୁ ଲୁଟେରା କାଟି ନେଇଛନ୍ତି ସୁନା ଲକେଟ। ଯାହାକୁ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଛୋଟ ଛୁଆର ମା ଜୟନ୍ତୀ ଦାସ।

ଜୟନ୍ତୀଙ୍କ ସୂଚନା ମୁତାବକ ଆଖଣ୍ଡଳ ମଣି ବସ୍ତିର ଦମୟନ୍ତୀ ତାଙ୍କ ଭାଉଜ ଓ ତିନି ଛୁଆଙ୍କ ସହ ମାର୍କେଟ ବିଲଡିଂରେ ବୁଲିବାକୁ ଯାଇଥିଲେ। ସମୟ ପାଖାପାଖି ରାତି ୮ଟା ସମୟରେ କିଛି ପିଲା ତାଙ୍କ ଛୋଟ ଛୁଆକୁ ଚାହିଁ ପାଖାପାଖି ବୁଲୁଥିବା ଦେଖିବାକୁ ପାଇଥିଲେ‌। ଏ ନେଇ ସେ ଦୂରେଇ ଯାଇ ଏକ ସ୍ଥାନରେ ଆଇସକ୍ରିମ ଖାଉଥିଲେ । ଏତିକି ବେଳେ ଜଣେ ଚୁନି ବିକିବା ଆଳରେ ଆସି ପାଖରେ ଠିଆ ହୋଇଥିଲେ‌। ପରେ ଜୟନ୍ତୀ ପର୍ସରୁ

ପଇସା କାଢିବା ସମୟରେ ଛୋଟ ଛୁଆ ବେକରୁ ହଠାତ ବ୍ଲେଡ ମାରି ଲକେଟ ଝାମ୍ପିନେଲେ। ଏନେଇ ସେହି ଚୁନି ବିକୁଥିବା ଯୁବକ ହାତରେ ଆଉ ଜଣେ ନେଇ ଧାଇଁ ପଳାଇଲେ। ଏହାପରେ ଜୟନ୍ତୀ ଓ ତାଙ୍କ ପରିବାର ଲୋକ ତୁରନ୍ତ ସେହି ଚୁନି ବିକୁଥିବା ଯୁବକକୁ କାବୁ କରିଥିଲେ। ପରେ କିଛି ଯୁବକ ଏକାଠି ହୋଇ ହଙ୍ଗାମା କରିଥିଲେ । ଚୁନି ବିକୁଥିବା ବ୍ୟକ୍ତି ଅଣ ଓଡିଆ ଯୁବକ ବୋଲି ଜଣାପଡିଛି।

ଏନେଇ ସେ ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ତିନିଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ତେବେ ପୂର୍ବରୁ ଏପରି ଛକାପଞ୍ଛା ଗ୍ୟାଙ୍ଗ ଏପରି‌ ଧ୍ୟାନ ହଟାଇ ଲୁଟପାଟ କରୁଥିବାର ନଜିର ରହିଛି । ତେବେ ରଜ ମଉକା ଥିବାରୁ ଭିଡ ଭିତରେ ସହଜରେ ସୁନା ପିନ୍ଧିଥିବା ଛୋଟ ଛୁଆ ମହିଳାଙ୍କୁ ଟାର୍ଗେଟ କରି ଲୁଟୁଛନ୍ତି ବୋଲି ସ୍ଥାନୀୟ ପୋଲିସ ସଦେହ କରୁଛି ।

Leave A Reply

Your email address will not be published.