Latest Odisha News

BREAKING NEWS

OPSC Exam: OCS ମେନ୍ ପରୀକ୍ଷାର ତାରିଖ ଘୋଷଣା;ଦୁଇଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (OPSC)ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା । କ୍ଟୋବର ୨୯ରୁ ନଭେମ୍ବର ୧୧ ତାରିଖ ଯାଏଁ ଅନୁଷ୍ଠିତ ହେବ OCS ପରୀକ୍ଷା ।

OPSCର ସୂଚନାମୁତାବକ, ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା । ପ୍ରଥମ ସିଟିଂ ପରୀକ୍ଷା ସକାଳ ୯:୦୦ ରୁ ଅପରାହ୍ନ ୧୨:୦୦ ପର୍ଯ୍ୟନ୍ତ ହେବ ଓ ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨:୦୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଚାଲିବ।

ଏଥିସହ PWD ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି। ପ୍ରତି ସିଟିଂରେ PWD ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧ ଘଣ୍ଟା ସମୟ ମିଳିବ ।

ପରୀକ୍ଷାର୍ଥୀମାନେ ଅଧିକ ସୂଚନା ଏବଂ ଆଡମିଟ୍ କାର୍ଡ ପାଇଁ ଆୟୋଗର ଅଫିସିଆଲ୍ ୱେବସାଇଟ୍ ଚେକ୍ କରିପାରିବେ ।

Leave A Reply

Your email address will not be published.