Latest Odisha News

BREAKING NEWS

ଓଡ଼ିଶା ସମେତ ପାଞ୍ଚ ରାଜ୍ୟକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶା ସମେତ ୫ଟି ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ଲାଗି ‘ଅରେଞ୍ଜ ଆଲର୍ଟ’ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଗୁରୁବାର ଏହି ଓ୍ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର. କେ. ଜେନାମଣି କହିଛନ୍ତି ଯେ, ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁଥିଲା। ଓଡ଼ିଶା ସମେତ ପୂର୍ବାଞ୍ଚଳରେ ମଧ୍ୟ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି।

ଗତ ତିନି ଦିନ ଧରି ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ, ଝାଡ଼ଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ସେହିପରି ରାଜସ୍ଥାନ (ପଶ୍ଚିମ), ଦିଲ୍ଲୀ, ହରିଆଣା, ଉତ୍ତର ପ୍ରଦେଶ ଓ ଓଡ଼ିଶା ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

“ଆମେ ସବୁ ସଂସ୍ଥା ସହ ସମନ୍ୱୟ ରକ୍ଷା କରୁଛୁ ଏବଂ ସର୍ବୋଚ୍ଚ ତାପମାତ୍ରା ୪୪ରୁ ୪୬ ଡିଗ୍ରୀ ସେଲସିୟସ ରହିପାରେ” ବୋଲି ପାଣିପାଗ ବୈଜ୍ଞାନିକ ଜେନାମଣି କହିଛନ୍ତି।

ସେ ଆହୁରି କହିଛନ୍ତି, ମେ’ ୧ ଓ ୨ ତାରିଖରୁ ନୂଆ କରି ପଶ୍ଚିମା ପବନ ବୋହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରୁ ଆଦ୍ରତା ସୃଷ୍ଟି ହୋଇଥିବାରୁ ପରିସ୍ଥିତି ଅନୁକୂଳ ରହିଛି।

ଏପ୍ରିଲର ପ୍ରଥମାର୍ଦ୍ଧରେ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ପାଣିପାଗ ବିଭାଗର ବୈଜ୍ଞାନିକ ଆହୁରି କହିଛନ୍ତି ଯେ, ଚଳିତ ମାସରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.