Latest Odisha News

BREAKING NEWS

‘ବିଶ୍ଵ ପରିବେଶ ଦିବସ’ରେ ସୁଦର୍ଶନଙ୍କ ବାଲୁକା କଳାକୃତି

ପୁରୀ: ପରିବେଶକୁ ସୁରକ୍ଷିତ ରଖିଲେ ଆମେ ବି ସୁରକ୍ଷିତ ରହିବା। ଏଭଳି କିଛି ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ପରିବେଶର ସୁରକ୍ଷା ନେଇ ଏକ ବାଲୁକା ଚିତ୍ରକଳା ପୁରୀ ବେଳାଭୂମିରେ କରିଛନ୍ତି ସୁଦର୍ଶନ। ଯେଉଁଥିରେ ବାର୍ତ୍ତା ରହିଛି ପରିବେଶ ସନ୍ତୁଳନ ରହିଲେ ମାନବ ସମାଜର କୌଣସି କ୍ଷତି ହୁଏ ନାହିଁ।

ଜୁନ ୫ ତାରିଖକୁ ସାରା ବିଶ୍ଵରେ ପରିବେଶ ଦିବସ ଭାବେ ପାଳନ କରାଯାଏ। ୟୁଏନ ପକ୍ଷରୁ ଏହି ଦିବସ ପାଳନ ନେଇ ଘୋଷଣା ପରେ ପ୍ରତେକ ସଦସ୍ୟ ରାଷ୍ଟ୍ରରେ ପରିବେଶ ସୁରକ୍ଷା ନେଇ ଏହି ଦିବସ ପାଳନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ ମଧ୍ୟ କରାଯାଇଥାଏ।

Leave A Reply

Your email address will not be published.