Latest Odisha News

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ଉପରେ ସ୍ଥିଗିତ ରଖିଲା କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ଉପରେ ସ୍ଥଗିତ ରଖିଲା କେନ୍ଦ୍ର। ନିକଟରେ ସୁପ୍ରିମକୋର୍ଟର କଲେଜିୟମ ଜଷ୍ଟିସ ଏସ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରିଥିଲେ। କଲେଜିୟମର ଜଷ୍ଟିସ ଏସ ମୁରଲୀଧରଙ୍କ ବ୍ୟତୀତ ଅନ୍ୟ ବିଚାରପତିଙ୍କ ମଧ୍ୟ ବଦଳି ପାଇଁ ସାପାରିଶ କରିଥିଲା। ମଙ୍ଗଳବାର ଏ ନେଇ କେନ୍ଦ୍ର ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁଥିରେ ସୁପ୍ରିମକୋର୍ଟର କଲେଜୟିମ ଅନୁଯାୟୀ ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ହେଲେ ଏହି ତାଲିକାରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ବଦଳି ନେଇ କୌଣସି ସୂଚନା ନାହିଁ।

ବିଜ୍ଞପ୍ତି ଅନୁଯାୟୀ ଜମ୍ମୁ-କଶ୍ମୀର ଓ ଲଦାଖର ମୁଖ୍ୟ ବିଚାରପତି ଜଷ୍ଟିସ୍ ପଙ୍କଜ ମିତାଲ୍ଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ଭାବେ ବଦଳି କରାଯାଇଛି। କଲେଜିୟମ ସେପ୍ଟେମ୍ବର ୨୮ରେ ଏହି ବଦଳି ସୁପାରିଶ କରିଥିଲେ।

ଜଷ୍ଟିସ ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ ୨୦୨୦ରେ ଦିଲ୍ଲୀ ହିଂସାକାଣ୍ଡକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ତୀବ୍ର ସମାଲୋଚନା କରିଥିଲେ। ପରେ ତାଙ୍କୁ ପଞ୍ଜାବ ଓ ହରିଆଣା ହାଇକୋର୍ଟକୁ ବଦଳି ହୋଇଥିଲେ। ଜଷ୍ଟିସ ମୁରଲୀଧରଙ୍କ ବଦଳି ନେଇ ଅନିଶ୍ଚିତତା ସୁପ୍ରିମକୋର୍ଟ କଲେଜିୟମର ସୁପାରିସକୁ ପ୍ରଭାବିତ କରିଛି।

ସେହିପରି ସେପ୍ଟେମ୍ବର ୨୮ ତାରିଖରେ କଲେଜିୟମ ସୁପାରିଶ ଅନୁଯାୟୀ ଜଷ୍ଟିସ ଯଶବନ୍ତ ସିଂହଙ୍କୁ ପଦୋନ୍ନତି ଦିଆଯାଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବୋଲି କୁହାଯାଇଛି। ଯିଏକି ଏବେ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି। ଏବେ କେନ୍ଦ୍ରର ବିଜ୍ଞପ୍ତି ଜଷ୍ଟିସ ଯଶବନ୍ତ ସିଂହ ଏବଂ ଜଷ୍ଟିସ ମୁରଲୀଧରଙ୍କ ପଦବୀକୁ ଅନିଶ୍ପିତତା ଘେରକୁ ଠେଲି ଦେଇଛି।

Leave A Reply

Your email address will not be published.