Latest Odisha News

BREAKING NEWS

BSE Odisha:ଜୁନ୍ ୨୧ ପରିବର୍ତ୍ତେ ଏହି ଦିନ ହେବ OTET ପରୀକ୍ଷା

କଟକ:ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ OTET ପରୀକ୍ଷା ଜୁନ୍ ୨୧ ତାରିଖରେ ହେବାର ଥିଲା, ମାତ୍ର ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୬ ପାଇଁ ତାରିଖ ପରିବର୍ତ୍ତନ କରିଛି । ଆସନ୍ତା ଜୁନ୍ ୨୮ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ପେପର୍-1 ପରୀକ୍ଷା ସକାଳ ୯ଟାରୁ ୧୧.୩୦ ମଧ୍ୟରେ ଅନୁଷ୍ଠିତ ହେବ, ପେପର୍-2 ପରୀକ୍ଷା ଅପରାହ୍ନ ୨ ରୁ ୪.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୋର୍ଡ ଆହୁରି ସୂଚନା ଦେଇଛି ଯେ OTET ୨୦୨୬ ଆଡମିଟ୍ କାର୍ଡ ଜୁନ୍ ୧୭ ତାରିଖରୁ BSE ୱେବସାଇଟ୍ www.bseodisha.nic.in ରେ ଉପଲବ୍ଧ ହେବ।

Comments are closed.