Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ, ଶେଷଦିନରେ ନାମାଙ୍କନ ଭରିଲେ ୩ ଦଳର ପ୍ରାର୍ଥୀ

ବରଗଡ଼: ଆନ୍ଦୋଳନ, ଛକାପଞ୍ଛା ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳ ଶେଷ ଦିନରେ ନାମାଙ୍କନ ଭରିଛନ୍ତି । ପ୍ରଥମେ ବିଜେଡିରୁ ଦିବଙ୍ଗତ ବିଧାୟକ ବରିହାଙ୍କ ଝିଅ ବର୍ଷା ନାମାଙ୍କନ କରିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର । ତିନି ଦଳ ସହ ୨ ଜଣ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ସରିଥିବା ବେଳେ ଏବେ ପ୍ରଚାର ପାଇଁ ତିନିଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି । ବିଜେଡି କହିଛି, ବର୍ଷା ପଦ୍ମପୁର ମାଟିର ଝିଅ । ବର୍ଷାଙ୍କ ପ୍ରତି ଜନସମର୍ଥନ ରହିଛି, ନିଶ୍ଚୟ ବିଜେଡି ଜିତିବ । ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ପଦ୍ମପୁରରେ ବିଜୟ ନେଇ ଆଶାବାଦୀ ରହିଛନ୍ତି ।

ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡି ପଦ୍ମପୁରକୁ ହାତଛଡ଼ା କରିବାକୁ ଚାହୁଁ ନଥିବା ବେଳେ ବିଜେପିର ମନୋବଳ ଦୃଢ଼ ରହିଛି । ୨୧ ତାରିଖ ନାମାଙ୍କନ ପ୍ରତ୍ୟାହରର ଶେଷ ଦିନ ହୋଇଥିବା ବେଳେ ଡିସେମ୍ବର ୫ରେ ମତଦାନ ଓ ୮ ତାରିଖରେ ଗଣତି ହେବ ।

Leave A Reply

Your email address will not be published.