Latest Odisha News

BREAKING NEWS

ମନୀଷ ଖରବନ୍ଦା ହେଲେ ସିଆଇଆଇ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ

ଭୁବନେଶ୍ବର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗ୍ରୁପର ପରାମର୍ଶଦାତା (କର୍ପୋରେଟ ଓ ଲିଗାଲ୍ ବ୍ୟାପାର) ମନୀଷ ଖରବନ୍ଦା ସିଆଇଆଇ (ଓଡ଼ିଶା ଚାପ୍ଟର)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସିଆଇଆଇ (ଓଡ଼ିଶା ଚାପ୍ଟର)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମନୀଷ…

ଘୋଷଣା ହେଲା କଙ୍ଗନା ଅଭିନୀତ ଥାଲାଇଭି ଫିଲ୍ମର ରିଲିଜ ତାରିଖ

ଚେନ୍ନାଇ:ତାମିଲନାଡୁର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଥାଲାଇଭି ଫିଲ୍ମର ରିଲିଜ ତାରିଖ ବୁଧବାର ଘୋଷଣା କରାଯାଇଛି । ଜୟଲଳିତାଙ୍କ ଭୂମିକା କରୁଥିବା କଙ୍ଗନା ରାନାୱତ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଜୟଲଳିତାଙ୍କ ୭୩ତମ ଜନ୍ମଦିବସ ୨୩…

ଉଦଳା ଦୁଗ୍ଧା ଗାଁରୁ ୪୫ କିଲୋ ହାତୀ ଦାନ୍ତ ଜବତ, ୨ ବ୍ୟବସାୟୀ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡକୁ ବଡ଼ ସଫଳତା । ଉଦଳା ଥାନା ଦୁଗ୍ଧା ଗାଁରୁ ୪୫ କିଲୋ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଏଥିସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ଫାଗୁ ହାଁସଦା ଓ ପିଥ ସୋରେନ । ଫାଗୁର ଘର ଉଦଳା ଥାନା…

ଜଙ୍ଗଲରେ ନିଆଁ, ଭୟଭୀତ ଅବସ୍ଥାରେ ୫୦ ପରିବାର

ପାଟଣା:ଜଙ୍ଗଲରେ ଜଳୁଛି ନିଆଁ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଧିନ ତୋଣ୍ଡବିଟ୍ ଅଞ୍ଚଳର ସଡ଼ଙ୍ଗ ବାହାଳୀ ଓ ରୋହଣୀ ଦୁମା ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଜଙ୍ଗଲ ନିକଟରେ ଥିବା ୫୦ରୁ ଉର୍ଦ୍ଧ୍ବ ପରିବାର ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଜଙ୍ଗଲରେ…

ଚାଲାକ ଚୀନ ରୁତୋଗରେ ନିର୍ମାଣ କରୁଛି ସୈନ୍ୟ ଶିବିର

ଲଦାଖ: ଚାଲାକ ଚୀନ ତାର ଷଡଯନ୍ତ୍ର ଜାରି ରଖିଛି । ଗୋଟିଏ ପଟେ ଶାନ୍ତି ପାଇଁ ଉଦ୍ୟମ କରୁଥିବା ଅଭିନୟ କରୁଥିବା ବେଳେ ଅନ୍ୟ ପଟେ ସୀମାରେ ସୈନ୍ୟ ଠୁଳ କରିବାରେ ଲାଗିଛି । ଉପଗ୍ରହ ଦ୍ୱାରା ଉତୋଳିତ ଚିତ୍ରରୁ ଜଣାପଡିଛି ପୂର୍ବ ଲଦାଖରୁ ଯେଉଁ ସୈନ୍ୟମାନଙ୍କୁ ଚୀନ ହଟାଇଛି ସେମାନଙ୍କୁ ରୁତୋଗରେ…

ଅକ୍ଷର ପଟେଲଙ୍କ ଘାତକ ବୋଲିଂ, ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୧୨ ରନରେ ଅଲଆଉଟ ହୋଇଛି ଭ୍ରମଣକାରୀ ଇଂଲଣ୍ଡ । ଓପନର ଜାକ୍ କ୍ରାଉଲିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିବାରେ ସକ୍ଷମ ହୋଇନାହାନ୍ତି ।…

ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ନିିହତ

ଶ୍ରୀନଗର:ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ସହ ଆଜି ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁମାନଙ୍କ ପରିଚୟ ମିଳିପାରିିନାହିଁ।  ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା…

୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଜିଏସଟି ଆଇନରେ ଜଟିଳତା ଓ ଅନଲାଇନ ବ୍ୟବସାୟ ବିରୋଧରେ ଆସନ୍ତା ଶୁକ୍ରବାର ଧର୍ମଘଟ କରିବ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିବ ଓଡ଼ିଶା ବ୍ୟବସାୟୀ ମହାସଂଘ । ଫଳରେ ଆସନ୍ତା ଶୁକ୍ରବାର ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ଗୁ଼ଡ଼ିକ…

ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ କଲେ ମଦ ମାଫିଆ, ଏଏସ୍ଆଇ ମୃତ

ସୀତାମାରି:ବିହାରର ସୀତାମାରି ଜିଲ୍ଲାରେ ମଦ ମାଫିଆଙ୍କ ଆକ୍ରାମଣରେ ଜଣେ ଆସିଷ୍ଟାଣ୍ଟ୍‌ ସବ୍‌ ଇନସ୍ପେକ୍ଟର୍‌ଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ପୋଲିସ କର୍ମୀ ଗମ୍ଭୀର ଭାବେ ଆହାତ ହୋଇଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ଦିନେଶ୍‌ ରାମ୍‌ ହୋଇଥିବା ବେଳେ ଆହାତଙ୍କ ନାମ ଲାଲ୍‌ବାବୁ…

ପିଲା ଚୋରୀ ଉଦ୍ୟମ ବେଳେ ଜଣକୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସ ନାକେଦମ

ବାଲିପାଟଣା: ପିଲା ଚୋରୀ ଉଦ୍ୟମ କରିବା ବେଳେ ବାଲିପାଟଣା ଥାନା ବନମାଳିପୁର ନୂଆସାହି ଗ୍ରାମବାସୀ ଜଣେ ବ୍ୟକ୍ତିକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରୁ ଅଟକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଛି ।   ସୂଚନାଯୋଗ୍ୟ, ନୂଆସାହି ଗାଁକୁ ଜଣେ ବ୍ୟକ୍ତି…