Latest Odisha News

BREAKING NEWS

ମାର୍ଚ୍ଚ ୧ରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପଢ଼ାପଠା

ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍…

ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ବାହାର ଯାତ୍ରୀଙ୍କ ସ୍କ୍ରିନିଂ, କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟିଂ

ଭୁବନେଶ୍ୱର: ଗତ ସପ୍ତାହେ ଭିତରେ ଦେଶର ବିଭିନ୍ନ ରାଜ୍ୟରେ ବଢିଛି କରୋନା କାୟା । ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ବି ସଂକ୍ରମଣ ବଢିଛି । କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ରଖି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ସହିଦ, ଜଣେ ଗୁରୁତର

ନାରାୟଣପୁର(ଛତିଶଗଡ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁତର ଅଛନ୍ତି ଜଣେ ଯବାନ । ମାଓ ବିରୋଧୀ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏହି ଘଟଣା…

ଶନି ମନ୍ଦିରରୁ ତାଲା ଭାଙ୍ଗି ରୁପା ମୁକୁଟ ଓ ସୁନା ଅଳଙ୍କାର ଲୁଟ୍

ବାଲେଶ୍ୱର: ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନେଇଗଲେ ଠାକୁରଙ୍କ ରୁପା ମୁକୁଟ ଓ ସୁନା ଅଳଙ୍କାର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଖଡ଼ିପଦା ଗାଁରେ ଥିବା ଶନି ମନ୍ଦିରର ତାଲା ଭାଙ୍ଗି ଲୁଟ୍ ହୋଇଛି । ମନ୍ଦିର ଭିତରୁ ଠାକୁରଙ୍କ କେଜିଏରୁ ଅଧିକ ରୁପା ମୁକୁଟ ସହ ସୁନା ଅଳଙ୍କାର ଧରି…

ହେଲମେଟ୍ ପାଇଁ ବସଉଠ ହେଲେ ଯୁବକ

ଅନୁଗୁଳ: ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ।ଆଉ ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଅନୁଗୁଳ ସହରର ହେମସୁରପଡା ଠାରେ ଆଜି ମଧ୍ୟାହ୍ନରେ ପୁଲିସ ପକ୍ଷରୁ ହେଲମେଟ ଚେକିଂ ଚାଲିଥିଲା । ସେହି ସମୟରେ ମୋଟର ସାଇକେଲରେ ଆସୁଥିବା ଜଣେ ଯୁବକ…

ଆଜି ମୋଦିଙ୍କ ପଡୁଚେରୀ ଓ ତାମିଲନାଡୁ ଗସ୍ତ; ଲୋକାର୍ପିତ କରିବେ ବିଭିନ୍ନ ପ୍ରକଳ୍ପ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ଯିବା ନେଇ ସୂଚନା ରହିଛି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡିଛି। ପୁଡୁଚେରୀ ବିଜେପି ସଭାପତିଙ୍କ କହିବାନୁସାରେ, ସକାଳ ୧୦ଟା…

ଧାନ କିଣାରେ ଅନିୟମିତତା ଅଭିଯୋଗ; କୃଷି ସମବାୟ ସମିତି କାର୍ଯ୍ୟାଳୟ ଘେରିଲେ ଚାଷୀ

ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଗୋବର୍ଦ୍ଧନପୁର ପ୍ରାଥମିକ କୃଷି ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରିଛନ୍ତି ସ୍ଥାନୀୟ ଚାଷୀ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗ…

ବଢୁଛି ତାତି; ରାଜଧାନୀରେ ୩୮ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଉପରମୁଁହା ପାରଦ। ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ପାଣିପାଗ ବିଭାଗର ସୂଚନାନୁସାରେ ରାଜଧାନୀ ଭୁବନେଶ୍ବରରେ ଦିନତମାମ ଟାଣ ଖରା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଅନ୍ୟପଟେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ୩୫ଡିଗ୍ରୀ ଡେଇଁଛି…

ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା; କୋଭିଡ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା। ମହିମା ଧର୍ମର ଆଦିପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଆଜିଠୁ ଆରମ୍ଭ ହେଉଛି । ଏହି ମେଳା ତିନିଦିନ ବ୍ୟାପୀ ମେଳା ଚାଲିବ । କୋଭିଡ କଟକଣା ମଧ୍ୟରେ ଏହି ମେଳାର ଆୟୋଜନ…

ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ଡାକ୍ତରଙ୍କ ସମେତ ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ କୁଳିଅଣା ଆଡ଼ୁ ବାରିପଦା ଆସୁଥିବା ବେଳେ ଏକ ବାଇକ୍ ସହ ସାଇକେଲ୍ ଆରୋହୀ ଧକ୍କା…